ମାଳଦ୍ୱୀପ ଲଜ୍‌ରେ ଲାଗିଲା ନିଆଁ, ୯ ଭାରତୀୟଙ୍କ ସମେତ ୧୦ ମୃତ

add-all

ମାଲେ: ମାଳଦ୍ୱୀପର ରାଜଧାନୀ ମାଲେରେ ବିଦେଶୀ ଶ୍ରମିକଙ୍କ ପାଇଁ ଥିବା ଗୋଟିଏ ଲଜ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଲଜିଂର ଉପର ମହଲା ଅଗ୍ନିକାଣ୍ଡ ଯୋଗୁ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।
ଗ୍ରାଉଣ୍ଡ ଫ୍ଲୋରେ ଥିବା ଗ୍ୟାରେଜରୁ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ଏହା ଉପର ମହଲାକୁ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଯୋଗୁ ଉପର ମହଲାରେ ଥିବା ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀମାନେ ସମସ୍ତଙ୍କ ୧୦ ମୃତଦେହ ଉଦ୍ଧାର କରିଛନ୍ତି। ନିଆଁ ଏତେ ଭୟଙ୍କର ଢଙ୍ଗରେ ଲାଗିଥିଲା ଯେ ଏହାକୁ ଲିଭାବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ୪ ଘଣ୍ଟା ସମୟ ଲାଗିଥିଲା। ମୃତକଙ୍କ ମଧ୍ୟରେ ୯ ଜଣ ଭାରତୀୟ ହୋଇଥିବା ବେଳେ ଜଣେ ବାଂଲାଦେଶର ନାଗରିକ।
ମାଳଦ୍ୱୀପରେ ଭାରତୀୟ ଦୂତାବାସ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛି। ଏଥିସହ ଦୂତାବାସର ଅଧିକାରୀମାନେ ମାଳଦ୍ୱୀପ ସରକାରଙ୍କ ସହ ଯୋଗାଯୋଗାରେ ରହିଛନ୍ତି। ଭାରତୀୟ ଅଧିକାରୀଙ୍କ ସହଯୋଗାଯୋଗ କରିବା ପାଇଁ ଦୂତାବାସ ପକ୍ଷରୁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଛି। ଅନ୍ୟପକ୍ଷରେ ମାଳଦ୍ୱୀପର ରାଜନେତାମାନେ ବିଦେଶୀ ଶ୍ରମିକଙ୍କ ପାଇଁ ହୋଇଥିବା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି।

ad-week
Leave A Reply

Your email address will not be published.