ଲାଲୁ ଯାଦବଙ୍କୁ କିଡ୍‌ନୀ ଦେବେ ଝିଅ ରୋହିଣୀ

add-all

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଝିଅ ରୋହିଣୀ ଆଚାର୍ଯ୍ୟ। ଦୀର୍ଘ ବର୍ଷ ହେଲା ଲାଲୁ ପ୍ରସାଦ କିଡ୍‌ନୀ ଓ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଏବେ ତାଙ୍କ ଅବସ୍ଥା ଅଧିକ ବିଗୁଡ଼ୁ ଥିବାରୁ ତାଙ୍କୁ ନୂଆ ଜୀବନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଙ୍ଗାପୁରରେ ରହୁଥିବା ଝିଅ ରୋହଣୀ। ସେ ଲାଲୁ ପ୍ରସାଦଙ୍କୁ ତାଙ୍କର ଗୋଟିଏ କିଡ୍‌ନୀ ଦାନ କରିବେ। ଏହା ଲାଲୁଙ୍କୁ ଦୀର୍ଘାୟୁ କରିବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର ମାସରେ ସ୍ୱାସ୍ଥ୍ୟଜନିତ ସମସ୍ୟା ପାଇଁ ଲାଲୁ ସିଙ୍ଗାପୁର ଯାଇଥିଲେ। ଏହି ସମୟରେ ସେଠାକାର ଡାକ୍ତର ତାଙ୍କୁ କିଡ୍‌ନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଇଥିଲେ। କିଡ୍‌ନୀ ପ୍ରତିରୋପଣ ହୋଇପାରିଲେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି ଡାକ୍ତରମାନେ କହିଛନ୍ତି।
ଏକଥା ରୋହଣୀ ଜାଣିବା ପରେ ବାପାଙ୍କୁ ତାଙ୍କର ଗୋଟିଏ କିଡ୍‌ନୀ ଦେବାକୁ ପ୍ରସ୍ତାବ ଦେଇଥିଲେ। ପ୍ରାଥମିକ ଅବସ୍ଥାରେ ଲାଲୁ ପ୍ରସାଦ ନିଜ ଜୀବନ ପାଇଁ ତାଙ୍କ ଝିଅର ଜୀବନକୁ ବିପଦରେ ପକାଇ ପାରିବେ ନାହିଁ ବୋଲି କହିଥିଲେ। ଏଥିସହ ସେ ରୋହିଣୀଙ୍କ ଠାରୁ କିଡ୍‌ନୀ ନେବାକୁ ରାଜି ହୋଇ ନଥିଲା। କିନ୍ତୁ ରୋହିଣୀ ତାଙ୍କୁ ଅନେକ ବୁଝାସୁଝା କରିଥିଲେ। ଏହାବାଦ ପରିବାର ଲୋକଙ୍କ କିଡ୍‌ନୀ ପ୍ରତିରୋପଣରେ ସଫଳତା ଅଧିକା ଥିବା ସେ ଲାଲୁଙ୍କୁ କହିଥିଲେ। ଏହା ଜାଣିବା ପରେ ଓ ରୋହିଣୀଙ୍କ ବାରମ୍ବାର ଅନୁରୋଧ ଯୋଗୁ ଲାଲୁ କିଡ୍‌ନୀ ଗ୍ରହଣ କରିବାକୁ ରାଜି ହୋଇଛନ୍ତି।

ଲାଲୁ ଆସନ୍ତା ନଭେମ୍ବର ୨୦ରୁ୨୪ ତାରିଖ ମଧ୍ୟରେ ସିଙ୍ଗାପୁର ଗସ୍ତରେ ଯିବେ। ଏହି ସମୟରେ ସେଠାରେ ତାଙ୍କ କିଡ୍‌ନୀ ପ୍ରତିରୋପଣ ହେବ ବୋଲି ଜଣାପଡ଼ିଛି।

ରୋହିଣୀ ହେଉଛନ୍ତି ଲାଲୁଙ୍କ ଦ୍ୱିତୀୟ କନ୍ୟା। ସେ ସିଙ୍ଗାପୁରରେ ରୁହନ୍ତି। ବାରମ୍ବାର ବାପା ଅସୁସ୍ଥ ହେଉଥିବାରୁ ରୋହିଣୀ ବ୍ୟସ୍ତ ହୋଇଯାଇଥିଲେ। ଏଥିସହ ସିଙ୍ଗାପୁର ଆସି ଡାକ୍ତରଙ୍କ ପରାମର୍ଶ ନେବାକୁ ମଧ୍ୟ କହିଥିଲେ। ତାଙ୍କ କଥାରେ ଲାଲୁ ଏବେ ନିଜର ଚିକିତ୍ସା କରାଇବାକୁ ସିଙ୍ଗାପୁର ଯିବେ।

ad-week
Leave A Reply

Your email address will not be published.