ସିନ୍ଦେଙ୍କ କ୍ୟାମ୍ପରେ ଯୋଗେଦେଲେ ଆଉ ଜଣେ ସାଂସଦ

add-all

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ) ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଶକ୍ତ ଝଟକା ଲାଗିଛି। ମୁମ୍ବାଇର ଉତ୍ତର-ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିବା ୭୯ ବର୍ଷୀୟ ଗଜାନନ କିରତିକର ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରେ ସାମିଲ ହୋଇଛନ୍ତି।

ଗଜାନନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ବର୍ଷାଙ୍କୁ ଯାଇ ପ୍ରଥମେ ସିନ୍ଦେଙ୍କୁ ଭେଟିଥିଲେ। ସେଠାରୁ ବାହାରିବା ପରେ ସେ ପ୍ରଭାଦେବୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ଧବଙ୍କୁ ଛାଡ଼ି ସିନ୍ଦେଙ୍କ ହାତ ଧରିଛନ୍ତି। ସିନ୍ଦେ ଓ ଗଜାନନ ଉକ୍ତ କାର୍ଯ୍ୟକ୍ରମକୁ ଏକାଠି ହିଁ ଯାଇଥିଲେ।

ଗଜାନନ ହେଉଛନ୍ତି ୧୩ତମ ସାଂସଦ ଯିଏ ଉଦ୍ଧବ ଠାକରେଙ୍କ ଠାରୁ ଅଲଗା ହୋଇ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ଏବେ ଉଦ୍ଧବଙ୍କ ପାଖରେ ମାତ୍ର ୬ ଜଣ ସାଂସଦ ରହିଛନ୍ତି। ଗଜାନନଙ୍କ ବାଲାସାହେବ ଶିବସେନା(ସିନ୍ଦେଙ୍କ ଦଳ)ରେ ମିଶିଥିବା ନିଜେ ମୁଖ୍ୟମନ୍ତ୍ରୀ ନିଶ୍ଚିତ କରିଛନ୍ତି। ସେ ସିନ୍ଦେଙ୍କ କ୍ୟାମ୍ପରେ ଯୋଗ ଦେବାରୁ ତାଙ୍କୁ ଉଦ୍ଧବ ଠାକରେଙ୍କ ଦଳ ତାଙ୍କୁ ବହିଷ୍କାର କରିଛି।

ଅନ୍ୟପକ୍ଷରେ ଗଜାନନଙ୍କ ପୁଅ ଅମୋଲ କିନ୍ତୁ ଉଦ୍ଧବଙ୍କ କ୍ୟାମ୍ପରେ ରହିଛନ୍ତି। ଅମୋଲ ହେଉଛନ୍ତି ଆଦିତ୍ୟ ଠାକରେଙ୍କ ଯୁବ ସେନାର ସକ୍ରିୟ ସଦସ୍ୟ। ତାଙ୍କ ବାପା ବ୍ୟକ୍ତିଗତ କାରଣରୁ ଦଳ ବଦଳ କରିଥିଲେ ମଧ୍ୟ ଅମୋଲ ସବୁବେଳେ ଉଦ୍ଧବ ଠାକରେଙ୍କ ସହ ରହିବେ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.