ସଂରକ୍ଷଣ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ବିଲ୍‌ ଗୃହୀତ

add-all

ରାଞ୍ଚି : ଝାଡ଼ଖ‌ଣ୍ଡରେ ବିଭିନ୍ନ ‌ବର୍ଗକୁ ମିଳିଥିବା ସଂରକ୍ଷଣକୁ ୭୭ ପ୍ରତିଶତକୁ ବୃଦ୍ଧି କରିବାପାଇଁ ଝାଡ଼ଖଣ୍ଡ ବିଧାନସଭାରେ ଏକ ବିଲ୍‌ ଗୃହୀତ ହୋଇଛି। ଏକ ସ୍ବତନ୍ତ୍ର ଅଧିବେଶନରେ ଝାଡ଼ଖଣ୍ଡ ‘ରିଜର୍ଭେସନ ଅଫ୍‌ ଭା‌କାନ୍ସିଜ୍‌ ଇନ ପୋଷ୍ଟ୍‌ସ ଆଣ୍ଡ ସର୍ଭିସ ଆକ୍ଟ, ୨୦୦୧’ରେ ସଂଶୋଧନ ଅଣାଯାଇଛି। ଏହାଦ୍ବାରା ସରକାରୀ ଚାକିରି କ୍ଷେତ୍ରରେ ଏସଟି, ଏସସି, ଇବିସି, ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ଶ୍ରେଣୀଙ୍କ ପାଇଁ ବର୍ତ୍ତମାନ ଥିବା ୬୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ୭୭ ପ୍ରତିଶତକୁ ବୃଦ୍ଧି ପାଇବ।

ପ୍ରସ୍ଥାବିତ ସଂରକ୍ଷଣ ବ୍ୟବସ୍ଥା‌ ଅନୁଯାୟୀ ଏସ୍‌ସି ସମ୍ପ୍ରଦାୟକୁ ୧୨ ପ୍ରତିଶତ କୋଟା ମିଳିବ, ଏସ୍‌ଟି ସମ୍ପ୍ରଦାୟକୁ ୨୮ ପ୍ରତିଶତ, ଇବିସିକୁ ୧୫ ପ୍ରତିଶତ, ଓବିସିକୁ ୧୨ ପ୍ରତିଶତ ସଂରକ୍ଷଣ ମିଳିବ। ବର୍ତ୍ତମାନ ଏସ୍‌ଟି ସମ୍ପ୍ରଦାୟକୁ ଝାଡ଼ଖଣ୍ଡରେ ୨୬ ପ୍ରତିଶତ କୋଟା ମିଳିଥିବା‌‌ବେଳେ ଏସ୍‌ସିଙ୍କୁ ୧୦ ପ୍ରତିଶତ ମିଳିଛି।

ad-week
Leave A Reply

Your email address will not be published.