ଆଜି ତେଲେଙ୍ଗାନା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ; ସ୍ବାଗତ କରିବେ ନାହିଁ ମୁଖ୍ୟମନ୍ତ୍ରୀ ‘କେସିଆର୍‌’

add-all

ହାଇଦ୍ରାବ: ୪ଟି ଦକ୍ଷିଣ ଭାରତୀୟ ରାଜ୍ୟକୁ ଦୁଇଦିନିଆ ଗସ୍ତରେ ଯାଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନା ଅନ୍ତର୍ଗତ ହାଇଦ୍ରାବାଦର ବେଗମ୍‌ପେଟ୍‌ ବିମାନ ବନ୍ଦରରେ ଅବତରଣ କରିବେ, କିନ୍ତୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ବାଗତ କରିବା ପାଇଁ ଆସିବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ପରିବର୍ତ୍ତେ ପ୍ରୋଟୋକଲ୍‌ ଅନୁସାରେ, ରାଜ୍ୟ ମନ୍ତ୍ରୀ ତାଲାସାନୀ ଶ୍ରୀନିବାସ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ପାଛୋଟି ନେବେ।

ସୂଚନାଯୋଗ୍ୟ, ଯେତେବେଳେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଗସ୍ତରେ ଯାଉଛନ୍ତି, ମୁଖ୍ୟମନ୍ତ୍ରୀ ‘କେସିଆର୍‌’ ତାଙ୍କୁ ସ୍ବାଗତ କରିବାକୁ ଯାଉନାହାନ୍ତି।

ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ତେଲେଙ୍ଗାନାର ‘ବିଜେପି’ ନେତାମାନେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ନିମନ୍ତେ ଉପସ୍ଥିତ ନ ରହି ମୁଖ୍ୟମନ୍ତ୍ରୀ ‘କେସିଆର୍‌’ ‘ପ୍ରୋଟୋକଲ୍‌’ ଉଲ୍ଲଂଘନ କରୁଛନ୍ତି।

ବରଂ ହାଇଦ୍ରାବାଦ ଓ ରାମାଗୁଣ୍ଡମ୍‌ର ପ୍ରମୁଖ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ଜିଏସ୍‌ଟି’ ଛାଡ଼ ଏବଂ ବିବାଦୀୟ ‘ଟେକ୍‌ ପ୍ରୋଜେକ୍ଟ୍‌’ ଆଦି କଥା ଉଲ୍ଲେଖ ଥିବା ପୋଷ୍ଟର୍‌, ବ୍ୟାନର ଏବଂ ପ୍ଲାକାର୍ଡ ଆଦି ପ୍ରଦର୍ଶନ କରାଯିବ।

ସିକନ୍ଦରାବାଦର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ କିଷନ୍‌ ରେଡ୍ଡୀ କହିଛନ୍ତି, ସେମାନେ ଏହା ଭିତରେ ରାଜନୀତି ଭର୍ତ୍ତି କରୁଛନ୍ତି କାହିଁକି? ରାଜ୍ୟର ମଙ୍ଗଳ ସାଧାନ କରୁଥିବା କେତେଗୁଡ଼ିଏ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦୀ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଆନନ୍ଦ ଓ ସମ୍ମାନର କଥା।

ତେଲେଙ୍ଗାନାକୁ ଆସ ନାହିଁ ବୋଲି ଲେଖାଯାଇଥିବା ପୋଷ୍ଟର୍‌ ଲଗାଯିବା ଉଦ୍ୟମକୁ ନିନ୍ଦା କରି ‘ବିଜେପି’ ନେତାମାନେ କହିଛନ୍ତି, ସେ କ’ଣ ଭାରତର ପ୍ରଧାନମନ୍ତ୍ରୀ ନୁହନ୍ତି? ତେଲେଙ୍ଗାନା କ’ଣ ଭାରତର ଅଂଶବିଶେଷ ନୁହେଁ?

ad-week
Leave A Reply

Your email address will not be published.