ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଟିକେଟ କଟିବାରୁ ଇସ୍ତଫା ଦେଲେ ୬ ଥରର ବିଧାୟକ

add-all

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଏକ ଝଟକା ଲାଗିଛି | ଭଦୋଦରା ଜିଲ୍ଲାର ୱାଘୋଡିଆ ଆସନରୁ ବିଧାୟକ ଥିବା ମଧୁ ଶ୍ରୀବାସ୍ତବ ଦଳରୁ ଇସ୍ତଫା ଦେଇଛନ୍ତି। ମଧୁ ୬ଥର ବିଜେପି ବିଧାୟକ ଥିବାବେଳେ ଏଥର ବିଜେପି ମଧୁ ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇନଥିଲା, ଯେଉଁ କାରଣରୁ ସେ ଖପ୍ପା ଥିଲେ। ବର୍ତ୍ତମାନ ସେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ଵାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି | ଆଗାମୀ ନିର୍ବାଚନ ପାଇଁ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ସମେତ ଅନେକ ବରିଷ୍ଠ ନେତାଙ୍କୁ ଟିକେଟ ଦେଇନାହିଁ |
ଦଳରୁ ଇସ୍ତଫା ଦେବା ପରେ ମଧୁ ଶ୍ରୀବାସ୍ତବ କହିଛନ୍ତି ଯେ କର୍ମୀମାନେ ଅତ୍ୟନ୍ତ ଦୁଃଖିତ ଯେ ମୋତେ ଦଳ ଦ୍ୱାରା ପ୍ରାର୍ଥୀ କରାଯାଇ ନାହିଁ ଏବଂ ସେହି କର୍ମୀମାନେ ମୋତେ ଦଳରୁ ଇସ୍ତଫା ଦେବାକୁ କହିଥିଲେ। ଉଲ୍ଲେଖ ଥାଉ କି ଗୁଜରାଟରେ ଏବେ ଟିକେଟ ପାଇନଥିବା ନେତାମାନେ ବିଦ୍ରୋହୀ ସାଜିବା ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ବିଜେପି ପକ୍ଷରୁ ଟିକେଟ୍ କଟାଯିବା କରାଯିବା ପରେ ଜଣେ ବିଧାୟକ ଓ ଚାରିଜଣ ପୂର୍ବତନ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେତାବନୀ ଦେଇଛନ୍ତି। ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଡିସେମ୍ବର ୧ ଏବଂ ୫ ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ମୋଟ ୧୮୨ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୬୬ ଜଣ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିଛି।

ad-week
Leave A Reply

Your email address will not be published.