ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଘଟଣା, ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ପାଟଣା ଥାନାରେ ଏତଲା

add-all

ପାଟଣା, ୧୩/୧୧: ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ପଶ୍ଚିମବଙ୍ଗର ନନ୍ଦୀ ଗ୍ରାମରେ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ହୀନ ମନ୍ତବ୍ୟ ପ୍ରତିବାଦରେ କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ବିଜେପି ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଏତଲା ଦିଆଯାଇଛି। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିଥିବା ମୁର୍ମୁଙ୍କୁ ଅସମ୍ମାନ କରିବା ଦେଶଦ୍ରୋହ ଠାରୁ କୌଣସି ମାତ୍ରାରେ କମ ନୁହେଁ । ଶୀଘ୍ର ହୀନ ମନ୍ତବ୍ୟ ଦେଇଥିବା ଅଖିଳ ଗିରିଙ୍କୁ ମନ୍ତ୍ରୀ ମଣ୍ଡଳରୁ ବରଖାସ୍ତ କରାଯାଇ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।

ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ମମିତା ନାଏକଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ଉପସଭାପତି ସୋମବାରୀ ମୁଣ୍ଡା, ଭାରତୀୟ ଜନତା ଅନୁସୂଚିତ ଜନଜାତି ମୋର୍ଚ୍ଚା ପାଟଣା ମଣ୍ଡଳ ସଭାପତି ଇନ୍ଦ୍ରଜିତ ମୁଣ୍ଡା, ଭାରତୀୟ ଜନତା ଅନୁସୂଚିତ ଜନଜାତି ମୋର୍ଚ୍ଚା ସାହାରପଡା ମଣ୍ଡଳ ସଭାପତି ଜଳନ୍ଧର ନାଏକ, ଭାରତୀୟ ଜନତା ଅନୁସୂଚିତ ଜନଜାତି ମୋର୍ଚ୍ଚା ଉଦୟପୁର ମଣ୍ଡଳ ସଭାପତି କମ୍ପାନୀ ନାଏକ, କେନ୍ଦୁଝର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସବୀର ଦାଶ, ଭାରତୀୟ ଜନତା ପାର୍ଟିର ପାଟଣା ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ସହିତ ବହୁକର୍ମୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.