
ଚିତ୍ରକୋଣ୍ଡା : ସାମ୍ପ୍ରତିକ ସମାଜରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ ଶିଶୁ ମୃତୁହାରର ଏକ ପ୍ରମୁଖ କାରଣ ହେଉଛି ନିମୋନିଆ ଯାହାକି ମାଲକାନଗିରି ଜିଲାରେ ଅଧିକାଂଶ ଦେଖିବାକୁ ମିଳୁଛି l ଦିନଥିଲା ମାଲକାନଗିରି ଜିଲାରୁ ମେଲେରିଆ ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ଲହୁ ଲୁହାଣ ହୋଇପଡିଥିଲା ବିଶେଷ କରି ଚିତ୍ରକୋଣ୍ଡା ବିଛିର୍ନାଞ୍ଚଳରେ କାର୍ଯ୍ୟ ରତ ଡାକ୍ତର, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ଆଶାକର୍ମି, ଫାର୍ମାସିଷ୍ଟ,ଅଙ୍ଗନବାଡି କର୍ମି, ସ୍ବେଛାସେବୀ ଅନୁଷ୍ଠାନ ପାଇଁ ଆଜି ବହୁ ପରିମାଣରେ ମେଲେରିଆ କୁ ରୋକାଯାଇ ପାରିଛି ସେଇଭଳି ଆଜି ଏହି ଶିଶୁ ମୃତୁହାର କୁ ରୋକିବାକୁ ତଥା ନିରାକରଣ ନିମନ୍ତେ ୟୁନିସେଫ ଏବଂ ସ୍ୱାସ୍ଥ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ କରାଯାଇଛି ଏକ ଅଭିନଵ ପ୍ରୟାସ ଯାହାକି ଆଦିବାସୀ ଅଧ୍ୟୁଶିତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଠାରେ ନିମୋନିଆକୁ ନେଇ ଶିଶୁ ମୃତୁହାର ନିରାକରଣ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଠାରେ ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ, ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଡାକ୍ତର ଖିରୋଦ ଚନ୍ଦ୍ର ମହନ୍ତ, କୁଡୁମୁଲୁଗୁମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ଷଡ଼ଙ୍ଗୀ, ୟୁନିସେଫ ଆରଆରସି କଂଶୁ୍ଲାଣ୍ଟ ନିହାର ରଂଜନ ଜେନା,ଏସ ଏଲଏନ ମେଡିକାଲ କଲେଜ କୋରାପୁଟ, ବିପିଏମ ପଦ୍ମନାଭ ରାଓ,ବାମ ସମୀର ରଂଜନ ବେପାରୀ, ଏଲ ଟି ପଦ୍ମରଞ୍ଜନ ପଣ୍ଡା ଓ ଦିଲ୍ଲୀପ କୁମାର ବେହେରା ଆଦି ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ଜୋଡାଆମ୍ବ ସେକ୍ଟର ସୁପ୍ରରଭାଇଜର ରତି ରଂଜନ ବାରିକ ଏବଂ ଯାନବାଇ ସେକ୍ଟର ସୁପର ଭାଇଜର ଶଶାଙ୍କ ଶେଖର କର ପରିଚାଳନା କରିଥିଲେ। ଜୋଡାଆମ୍ବ ଓ ଜାନବାଇ ସେକ୍ଟରର ସମସ୍ତ ଆଶାକର୍ମି ଓ ଅଙ୍ଗନବାଡିକର୍ମି ତଥା ଦୁଇଶହ ରୁ ଉର୍ଦ୍ଧ୍ବ ଗର୍ଭବତୀ ମହିଳା ଓ ପ୍ରସ୍ତୁତି ମା ଯୋଗଦେଇଥିଲେ। ଏହି ଅଭିନଵ ପ୍ରୟାସ ସଚେତନତା କାର୍ଯ୍ୟକ୍ରମ ଦ୍ଵାରା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରୁ ନିମୋନିଆ ହୋଇ ଶିଶୁ ମୃତୁହାର କୁ କମିବା ନେଇ ଆଶା ରଖାଯାଇଛି l