ପୋଲିସ ଗୁଳି ରେ ପ୍ରାଣ ହରାଇଲେ ୨ ନିରୀହ ଆଦିବାସୀ : ରୂପ ଦିଆଗଲା ମାଓବାଦୀ ଦମନ..!

youtube

ଏସ୍.ଓ.ଜି. ଓ ବି.ଏସ୍.ଏଫ୍. ଙ୍କ ମାଓ ଅପରେସନ ନାଆଁରେ ଦମନ ଲୀଳାକୁ ବିରୋଧ କରି NH-୩୨୬ ରାସ୍ତା ରୋକ୍

ମାଲକାନଗିରି: କଥାରେ ଅଛି,”ପେଟ ପୋଷ ନାହିଁ ଦୋଷ” । ତା’ମାନେ ଆଦୌ ଏକଥା ଉପରେ ଜୋର୍ ଦିଆଯାଉନାହିଁ ଯେ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ଉପାର୍ଜନ କରିବା କିମ୍ବା ପରିବାର ପ୍ରତିପୋଷଣ କରିବା । ଯଦିଓ ସେଭଳି ଅସାମାଜିକ କାର୍ଯ୍ୟର ସୂଚନା ମିଳେ ଯାହା ଆଇନ୍ ଅନୁଯାୟୀ ଦଣ୍ଡନୀୟ ଏବଂ ସେହି ଦିଗରେ ସଂପୃକ୍ତ ଅପରାଧୀଙ୍କୁ ଗିରଫ କରାଯାଇପାରେ କିନ୍ତୁ ତାହା ନ କରି ସିଧାସଳଖ ଆଖିବୁଜା ଗୁଳି ଚାଳନା ଏବଂ ହତ୍ୟାକୁ ମାଓ ଦମନର ଆଳ ଦିଆ ଯାଇପାରେ ତାହା କଳ୍ପନାତୀତ । କିନ୍ତୁ ନିକଟ ଅତୀତରେ ଅର୍ଥାତ୍ ଗତ ଗୁରୁବାର ଦିନ କୋରାପୁଟ ଜିଲ୍ଲା,ବୈପାରିଗୁଡା ଥାନା ଅନ୍ତର୍ଗତ ମାଳି ପଦର ଗାଁରେ ଠିକ୍ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଯାଇଛି । ତେବେ ସମ୍ପୃକ୍ତ

ଘଟଣାରେ ଦୁଇ ଜଣ ସାଧାରଣ ନିରୀହ ଆଦିବାସୀ ଏସ୍.ଓ.ଜି. ଓ ବି.ଏସ୍.ଏଫ୍.ଙ୍କ ଗୁଳିରେ ନିହତ ହୋଇଛନ୍ତି ସେମାନେ ହେଲେ ଧନ ଖମାର,ବୟସ-୪୦,ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଭେଜାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ସରଗିଗୁଡ଼ାର ସ୍ଥାୟୀ ବାସିନ୍ଦାଭାବେ ନିଜର ଋଗ୍ନ ବାପା ସହ ଚାରି ପୁଅ ଗୋଟିଏ ଝିଅ ଏବଂ ସ୍ତ୍ରୀ ସହ ରହିଆସୁଥିବା ଜଣା ପଡିଥିବା ବେଳେ, ଅନ୍ୟ ଜଣେ ଜୟ କୁମାର ନାଗ,ପିତା-ଦୟା ରାମ ନାଗ,ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଉକିଆପଲ୍ଲୀର ବୋଲି ଜଣା ପଡିଛି । ମୃତ୍ୟୁ ପରେ ପୋଲିସ୍ ନିଜର ଦୋଷ ବିଫଳତାକୁ ଲୁଚାଇ ଏହାକୁ ମାଓବାଦୀ ଆଖ୍ୟା ଦେଇ ନିଜକୁ ଏକ ପ୍ରକାରର ନିରାପଦ ପରିସରକୁ ନେଇ ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୁଷ୍ଟ ଦେଖାଯାଉଛି ଏବଂ ଏହାକୁ ତୀବ୍ର ନିନ୍ଦା ମଧ୍ୟ କରାଯିବା ଦେଖିବକୁ ମିଳିଛି l ସୂଚନା ଥାଉକି ଏହିଭଳି ମାଓ ଦମନ ନା ରେ ଅନେକ ଆଦିବାସୀ ବଳି ପଡିଛନ୍ତି ତଳ ଦିନେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହିପରି ଗୋଟିଏ ଘଟଣା ଦେଖିବାକୁ ମିଳିଥିଲା ଜଙ୍ଗଲରେ କାମ କରୁଥିବା ବେଳେ ଏସ୍.ଓ.ଜି. ଓ ବି.ଏସ୍.ଏଫ୍. ଙ୍କ ଗୁଳିରେ ଟଳି ପଡ଼ିଥିଲେ ନିରୀହ ଆଦିବାସୀ ଏହାକୁ ମଧ୍ୟ ମାଓ ଦମନର ରୂପ ଦିଆ ଯାଇଥିଲା, ଏହିଭଳି ଅନେକ ଦୃଷ୍ଟାନ୍ତ ରହିଛି ଯାହାକି ନିରୀହ ଲୋକଙ୍କ ରକ୍ତରେ ହୋଲି ଖେଳି ପୋଲିସ ମାଓବାଦୀ ଦମନ ନା ରେ ବାହା ବାହା ନେଉଛି l କିନ୍ତୁ ଉକ୍ତ ଘଟଣାର ପୃଷ୍ଠଭୂମୀ କିଛି ଏଭଳି ଥିଲା ଯେ,ଗତ ୧୦ ନଭେମ୍ବର ୨୦୨୨ ବୈପାରିଗୁଡ଼ା ବ୍ଲକ୍ ଅନ୍ତର୍ଗତ ମାଳି ପଦର ଜଙ୍ଗଲରେ ଏସ୍.ଓ.ଜି. ଓ ବି.ଏସ୍.ଏଫ୍.ଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିଲା । ବିଗତ ଦିନରେ ଉକ୍ତ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ଜାରି ରହିଥିବାର ଖବର ପାଇ ଏକ ଟିମ୍ କମ୍ୱିଂ ଅପରେସନ ଆରମ୍ଭ କରିଥିଲେ । ପୋଲିସ୍ ର ପ୍ରେସ୍ ବିବୃତ୍ତି ମୁତାବକ କମ୍ୱିଂ ସମୟରେ ମାଓବାଦୀ ପ୍ରଥମେ ଗୁଳି ଚାଳନା କରିଥିଲେ । ପରେ ପରେ ପାଲଟା ଆକ୍ରମଣରେ ପୋଲିସ୍ ଦୁଇ ଜଣ ମାଓବାଦୀଙ୍କୁ ନିହତ କରିବା ସହ ଘଟଣା ସ୍ଥଳରୁ ବିପୁଳ ପରିମାଣର ଗଞ୍ଜେଇ,୩ଟି ବନ୍ଧୁକ,୧ଟି ଟିଫିନ୍ ବୋମା,ମାଓ ସାମଗ୍ରୀ,ପୋଷାକ,୫ଟି ଡିଟୋନେଟର,ବିଦ୍ୟୁତ୍ ତାର,ମୋବାଇଲ୍ ଚାର୍ଜର,ତେଲୁଗୁ/ହିନ୍ଦୀ/ଓଡ଼ିଆ ପୁସ୍ତକ ଜବତ ହୋଇଛି । ତେଣେ ଶବ ଗୁଡ଼ିକୁ ଯଦି ୭୨ଘଣ୍ଟା ମଧ୍ୟରେ ପରିବାର ବର୍ଗ ନ ନିଅନ୍ତି ପୋଲିସ୍ ପ୍ରଶାସନ ଜରିଆରେ ଶବ ସତ୍କାର କରାଯିବ ବୋଲି ପ୍ରକାଶ କରାଯାଇଥିଲା । କିନ୍ତୁ ଏଠାରେ ବାସ୍ତବ ଚିତ୍ର ପୋଲିସ୍ ର ବେପରୁଆ ଗୁଳି ଚାଳନା ଜରିଆରେ ନିରୀହ ଅଦିବାସୀଙ୍କୁ ହତ୍ୟା କରାଯାଇଛି ଏବଂ ମିଛ ପ୍ରମାଣ ଯୋଗାଡ଼ କରିବା ଆରୋପରୁ ପୋଲିସ୍ ନିଜକୁ ଖସେଇ ନେବାର ଅପଚେଷ୍ଟା କରୁଥିବା କୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ବାସ୍ତବରେ ମୃତ ଦୁଇ ଜଣଙ୍କ ସମେତ ପାଖାପାଖି ୯ଜଣ ଲୋକ ଗଞ୍ଜେଇ ବସ୍ତାକୁ କାଉଡ଼ି କରି ଧରି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରୁଥିବା ସମୟରେ

ପୋଲିସ୍ ତରଫରୁ ଏକ ପାଖିଆ ଆକ୍ରମଣ କରାଯାଇଥିବା ମୃତ ଧନ ଖମାରଙ୍କ ଭାଇ ଗୁରୁ ଖମାର ଓ ପତ୍ନୀ ମୋତି ଖମାର ଅନୁମାନ କରୁଥିବା ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏହା ସହ ଏକଥା ମଧ୍ୟ କହିଛନ୍ତି ଯେ, ଗଞ୍ଜେଇ ବୋଝ ନେଇ ଧନ ଖମାର ମଙ୍ଗଳବାର ରାତିରୁ ଯଦିଓ ଘରୁ ବାହାରି ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ ଏବଂ ସମୟ ଅନ୍ତରାଳରେ ପରିବାର ଲୋକଙ୍କ ସହ ମୋବାଇଲ୍ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ଆସୁଥିଲେ କିନ୍ତୁ ଗୁରୁବାର ଅପରାହ୍ନ ୪ଟା ପରଠାରୁ ମୋବାଇଲ ଅଫ୍ ରହିଥିଲା । ପରେ ପରେ କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ଅପରାହ୍ନ ୨ଟା ସମୟରେ ବୈପାରିଗୁଡ଼ା ଥାନାରେ ଶବ ଚିହ୍ନଟ ପାଇଁ ଗାଁରୁ କିଛି ବୁଦ୍ଧିଜୀବି,ସମାଜକର୍ମୀ ତଥା ଆଦିବାସୀ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ସହ ସମ୍ପର୍କୀୟ ଯାଇଥିଲେ । କିନ୍ତୁ ସେଠାରେ ସେମାନଙ୍କୁ ଶବ ହସ୍ତାନ୍ତରତ ଦୂରର କଥା ଶବ ଦେଖା ମଧ୍ୟ ଯାଇନଥିଲା । ଏଣୁ ପରିବାର,ସମ୍ପର୍କୀୟ,ଗାଆଁ ଲୋକ ଏବଂ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦାଙ୍କ ମିଳିତ ଉଦ୍ୟମରେ ଜାତୀୟ ରାଜପଥ-୩୨୬ ରେ ରାସ୍ତା ରୋକ୍ ସହ ପୋଲିସ୍ ର କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା ତଥା ସମାଲୋଚନା କରାଯାଇଛି । ପରିବାର ଙ୍କୁ ମୃତ ଶରୀର ହସ୍ତାନ୍ତର କରିବା ସହ ଭରଣ ପୋଷଣ ଦାବି ହେଉଥିବା ବେଳେ ସାମାଜିକ କର୍ମୀ ଶରତ ଚନ୍ଦ୍ର ବୁରୁଦା ପ୍ରଶାସନର ଏଭଳି ଦାୟିତ୍ବହୀନତା, ମିଥ୍ୟା ପ୍ରମାଣ ଯୋଗାଡ଼,ଏବଂ ‘ମାଓ ଦମନ’ ଭଳି ମିଥ୍ୟା ଆରୋପକୁ ନେଇ ଖୁବ୍ ବର୍ଷୀଛନ୍ତି । ଏହା ସହ ସରକାର ଏବଂ ପ୍ରଶାସନର ଛତ୍ରଛାୟା ତଳେ ଗଞ୍ଜେଇ ମାଫିଆ ମାନଙ୍କ ଉଦ୍ଦେଶ୍ୟ ଚରିତାର୍ଥ ଦିଗରେ ସାଧାରଣ ଆଦିବାସୀ ପ୍ରାଣ ହାରୁଥିବା କ୍ଷୋଭ ପ୍ରକାଶ କରିଛନ୍ତି । ତଥା ବର୍ତ୍ତମାନର ଏହି ଘଟଣାର ସରକାର ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦିଆ ଯାଉ ବୋଲି ଦାବି କରାଯାଇଛି ।

Leave A Reply

Your email address will not be published.