
ବ୍ରହ୍ମପୁର :.ପ୍ରାତଃ ହରିହର ନଗର ପ୍ରଥମ ସାରଣୀ ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ମଧୁମେହ ଦିବସ ଅବସରରେ ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ପ୍ରାକୃତିକ ଉପାୟରେ ମଧୁମେହ ନିରାକରଣ ପାଇଁ ଆଧୁନିକ ଜୀବନ ଶୈଳୀ ତ୍ୟାଗ,ମିଠା, ମୂଳରେ ଫଳୁଥିବା ପନିପରିବା ନିୟନ୍ତ୍ରଣ, ଶାରୀରିକ ପରିଶ୍ରମ କରିବା, ଯୋଗ, ଆସନ, ପ୍ରାଣାୟମ, ଚିନ୍ତା ମୁକ୍ତ ଜୀବନ ବିତାଇବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ନିଃଶୁକ୍ଳ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା,ଗଣ୍ଠିବାତ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ମାଗଣା ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତୀ ଲାଲ ନରସି ଚୌହାନ ଓ ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ, ଜେ. ଜନାର୍ଦ୍ଦନ, ଗଣେଶ ପ୍ରସାଦ ପରିଚ୍ଛା ଓ ସଭ୍ୟ ସଭ୍ୟା l