ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଙ୍କ ପକ୍ଷରୁ ଡାକ୍ତର ମାନଙ୍କୁ ନାଲି ଆଖି..! : ବଡ଼ ବାବୁଙ୍କ ପକ୍ଷରୁ ଆଦାୟ ଆରମ୍ଭ……!
ଜିଲ୍ଲା ର ମୁଖ୍ୟ ଚିକିତ୍ସାଧିକାରୀ କିଏ…???
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ଚିକିତ୍ସାଳୟ କୁ କିଛି ଡାକ୍ତର ନିୟମିତ ଆସୁନଥିବା ଆଳ କରି ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ମାନଙ୍କୁ ନାଲି ଆଖି ଦେଖାଉଥିବା ନେଇ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି। କୁଆଡେ ଏହାର ଫାଇଦା ଉଠାଇ ବଡ଼ ବାବୁ ଡାକ୍ତର ମାନଙ୍କୁ ଧମକେଇ ଅର୍ଥ ଆଦାୟ କରୁଥିବା ଚର୍ଚ୍ଚା ହେଲାଣି।ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟ ର ଡାକ୍ତର ମାନେ ତ୍ରାହି ତ୍ରାହି ଡାକିଲେଣି ବୋଲି ସରକାରୀ ଚିକିତ୍ସାଳୟ ନିକଟରେ ଥିବା ଚାହା ଖଟିରେ ଚର୍ଚ୍ଚା ଜୋର ଧରିଛି। ଡାକ୍ତର ମାନେ ନିୟମିତ ଡାକ୍ତରଖାନା କୁ ଆସୁଥିଲେ ବି ବାବୁଙ୍କ ନାଲି ଆଖି ଦେଖାଇ ବା ପରେ କୁଆଡ଼େ କାର୍ଯ୍ୟନୁଷ୍ଠାନ ଭୟରେ କିଛି ଡାକ୍ତର ବଡ଼ ବାବୁଙ୍କ ମାଧ୍ୟମରେ ବଡ଼ ସାରଙ୍କୁ ସାଇ ଲେନ୍ସ ପ୍ଲିଜ କରୁଥିବା ଆଲୋଚନା ହେଉଛି। ଗଞ୍ଜାମ ଜିଲ୍ଲାପାଳ ସରକାରୀ ଡାକ୍ତରଖାନା ଗୁଡିକୁ ଅଚାନକ ଗସ୍ତ କରିଲେ ବଡ଼ ସାର ଓ ବଡ଼ ବାବୁଙ୍କୁ ଗୁମର ଖୋଲିବ ବୋଲି ସାଧାରଣ ରେ ଆଲୋଚନା ହେଉଛି। ବର୍ତ୍ତମାନ ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ କିଏ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଲାଣି l ବଡ ବାବୁ ବର୍ତ୍ତମାନ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ଦାୟିତ୍ୱ ତୁଲାଉଛନ୍ତି ବୋଲି ହାଟରୁ ଆସି ଦାଣ୍ଡ ରେ କଥା ପଡ଼ିଲାଣି l ବଡ଼ ବାବୁଙ୍କ ବିନା ଗଛର ପତ୍ର ମଧ୍ୟ ହଲୁ ନାହିଁ l ବାବୁଙ୍କ କଥାରେ ନରହିଲେ ବଦଳି ଭୟ ପୁଣି ଦରମା ଵି ହେଉନି ବୋଲି କିଛି କର୍ମଚାରୀ ଅଭିଯୋଗ ବଢିଲେଣି l ଗୋଟିଏ ପଟେ ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡିଲାଣି ସେଥିପ୍ରତି ଦୃଷ୍ଟି ନଦେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ନିଜ ଅନ୍ତରଙ୍ଗ ବଡ଼ ବାବୁ ଙ୍କ କଥାରେ ପଡି କାର୍ଯ୍ୟରତ ଡାକ୍ତର ମାନଙ୍କୁ ମାନସିକ ନିର୍ଯାତନା ଦେଇ ଚାଲିଛନ୍ତି ବୋଲି ଅଭିଯୋଗ ଆସୁଛି l ଡାକ୍ତର ମାନଙ୍କୁ ଡେପୁଟେସନ ଭୟ ଏବଂ ଦରମା କାଟ ଭୟ ଦେଖାଇ ମାନସିକ ନିର୍ଯାତନା ଦେଲେ ରୋଗୀ ସେବା ହେବ କିପରି..? ଉକ୍ତ ଘଟଣା କୁ ନେଇ ତଦନ୍ତ ହେବା ନିହାତି ଜରୁରୀ ଏବଂ ଜିଲ୍ଲା କତୃପକ୍ଷ ଘଟଣା କୁ ଗୁରୁତର ସହିତ ନେବାକୁ ସାଧାରଣ ରେ ଦାବୀ ହେଉଛି l
