ବାଲି ମାଫିଆଙ୍କ ରାଜ୍ : ମାଇନ୍ସ ବିଭାଗର ଭୂମିକା ନେଇ ଉଠିଲା ପ୍ରଶ୍ନ

ଉମରକୋଟ : ଉମରକୋଟ ବ୍ଲକ ବଡ଼ ଭରଣ୍ଡି ପଞ୍ଚାୟତ ଅଧୀନ ପୂଜାରୀଗୁଡ଼ା ଚିଙ୍ଗିଡ଼ିଘାଟ ନଦୀରୁ ବାଲି ଉତ୍ତୋଳନ ଓ ଚାଲାଣକୁ ନେଇ ଅଭିଯୋଗ ଉଠିଛି।

ସ୍ଥାନୀୟ ସୂଚନା ଅନୁଯାୟୀ, ପ୍ରତିଦିନ ବହୁ ସଂଖ୍ୟକ ଟ୍ରାକ୍ଟରରେ ବାଲି ଚାଲାଣ ହେଉଥିବା ଅଭିଯୋଗ ରହିଛି। ସକାଳ ସମୟରେ ବାଲି ଉତ୍ତୋଳନ ହେଉଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। କିଛି ବାଲି ବୋଝେଇ ଟ୍ରାକ୍ଟରରେ ନମ୍ବର ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଅନ୍ୟପଟେ, ଏହି ଅଭିଯୋଗ ସମ୍ପର୍କରେ ମାଇନ୍ସ ବିଭାଗର ଅଧିକାରୀଙ୍କ ମତାମତ ନେବାକୁ ଯୋଗାଯୋଗ ଚେଷ୍ଟା କରାଯାଇଥିଲେ ମଧ୍ୟ ଉତ୍ତର ମିଳୁନଥିବା ଅଭିଯୋଗ ହୋଇଛି।

ତେବେ ଚିଙ୍ଗିଡ଼ିଘାଟରୁ ବାଲି ଉତ୍ତୋଳନ ଓ ଚାଲାଣ ନିୟମ ଅନୁଯାୟୀ ହେଉଛି କି ନାହିଁ, ତାହାର ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବା ଜରୁରୀ। ବେଆଇନ ବାଲି ଉତ୍ତୋଳନ ପ୍ରମାଣିତ ହେଲେ, ସମ୍ପୃକ୍ତ ବ୍ୟକ୍ତି ଓ ଯାନବାହନ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଏହି ବାଲି ମାଫିଆର ଖବର ପ୍ରସାରଣ ପରେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ କଣ ରହୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।

ad-week
Leave A Reply

Your email address will not be published.