ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଟେକ୍ନିସିଆନ: ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ରୋଗୀ ହନ୍ତସନ୍ତ…

youtube


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ, ମଳ, ମୂତ୍ର, ଏବଂ କଫ ପରୀକ୍ଷା ପାଇଁ ଜଣେ ମାତ୍ର ଟେକ୍ନିସିଆନ ରହୁଥିବା ବେଳେ ପ୍ରତିଦିନ ପ୍ରାୟ ୧୫୦ ଜଣରୁ ଅଧିକ ରୋଗୀଙ୍କ ନମୁନା ସଂଗ୍ରହ ଓ ପରୀକ୍ଷା କରିବାକୁ ପଡୁଛି । ଫଳରେ ରୋଗ ନିରାକରଣ ପାଇଁ ବହୁତ ବିଳମ୍ବ ଘଟୁଥିବାରୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ମାନେ ବହୁ ଅସୁବିଧା ଭୋଗୁଛନ୍ତି ।ଏପରିକି ଅନେକ ରିପୋର୍ଟ ନପାଇ ଫେରିବାକୁ ପଡ଼ୁଛି ।ଏଥିପାଇଁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ନିୟମିତ ବ୍ୟବଧାନରେ ପରୀକ୍ଷା ନିରୀକ୍ଷା ର ଆବଶ୍ୟକତା ଥିବାରୁ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଅନେକ ରୋଗ ନିରାକରଣ ପରୀକ୍ଷା ପାଇଁ ବହୁ ସମୟ ଧାଡ଼ିରେ ଠିଆ ହୋଇ ବିରକ୍ତି ହୋଇ ପରୀକ୍ଷା ନକରି ଘରକୁ ଫେରୁଛନ୍ତି ।
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଓଡ଼ଗାଁ ଏନଏସି ସହିତ ୧୮ ଟି ପଞ୍ଚାୟତ ଏବଂ ଗଞ୍ଜାମ ଜିଲ୍ଲାର ସୀମାବର୍ତ୍ତି ଅଞ୍ଚଳର ପ୍ରାୟ ୨ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି।ଯଦିଓ କୋମଣ୍ଡ, କୁରାଲ, ସୁନାମୁହିଁ, କୁରୁମ ବାଙ୍କତରା, ସାକେରି ଠାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ମାତ୍ର ରୋଗ ନିରୂପଣ ପାଇଁ କୌଣସି ସୁବିଧା ନଥିବାରୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅତିରିକ୍ତ ଯନ୍ତ୍ରପାତି ରହିଥିବାରୁ ପ୍ରାୟ ପ୍ରତ୍ୟେକ ରୋଗୀ ଏଠାକୁ ଆସନ୍ତି । ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ୮ ଟି ସବ ସେଣ୍ଟର୍ ରୁ ପ୍ରାୟ ୪୬ ଜଣ ଆଶାକର୍ମୀ ପ୍ରତିମାସରେ ୨୫୦ ରୁ ଉର୍ଦ୍ଧ୍ବ କଫ ପରୀକ୍ଷା ପାଇଁ ଆଣିଥାନ୍ତି ।ଡାକ୍ତରଖାନା କୁ ଆସୁଥିବା ପ୍ରାୟ ଅନେକ ଲୋକ ଲ୍ୟାବ ରେ କୌଣସି ନା କୌଣସି ପରୀକ୍ଷା କରନ୍ତି ।ଗର୍ଭବତୀ ମହିଳାଙ୍କ ସିବିସି, ୟୁରିନ୍, ଏଚଆଇଭି, ହିମୋଗ୍ଲୋବିନ, ଟକସୋ, ଭିଡିଆରଲ, ଓଜିଟିଟି, ଆଲବୋମିନ , ସହିତ ସାଧାରଣ ଭାବେ ଏମପି, ସିବିସି, ୟୁରିନ୍, ଷ୍ଟୁଲ, ବ୍ଲଡ ସୁଗାର, ଓଜିଟିଟି,ଜଣ୍ଡିସ, ରୁମାଟିଜିମ, ଆର୍ଥଇଟିସ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ ମାତ୍ର ଜଣେ ଟେକନିଶିଆନ ଦ୍ଵାରା ସମୟ ଅନୁଯାୟୀ ସରିବା ସମ୍ଭବ ହୋଇପାରୁନାହିଁ ।ଏଣୁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ତ ରୋଗୀଙ୍କୁ ଉପଯୁକ୍ତ ସେବାକୁ ସହଜ ଓ ସରଳ କରିବା ପାଇଁ ଅତିରିକ୍ତ ଭାବେ ଆଉ ୨ଜଣ ଟେକନିଶିଆନ ନିଯୁକ୍ତି ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.