‘ଆର୍ମେଟିସ୍‌-୧’କୁ ପ୍ରଥମ ଚନ୍ଦ୍ର ଯାତ୍ରାରେ ପ୍ରେରଣ କଲା ‘ନାସା’

add-all

ନୂଆଦିଲ୍ଲୀ: ଆଜି ‘ନାସା’ ‘ଆର୍ମେଟିସ୍‌-୧‘ ନାମକ ମହାକାଶଯାନକୁ ପ୍ରଥମ କରି ଚନ୍ଦ୍ରଯାତ୍ରାରେ ପ୍ରେରଣ କରିଛି। ମାନବରହିତ ଏହି ଯାନ ଚନ୍ଦ୍ର ପରିକ୍ରମା କରି ପୁଣି ଫେରିଆସିବ। ଫ୍ଲୋରିଡାସ୍ଥିତ କେପ୍‌ କାନାଭେରାଲ୍‌ରୁ ‘ଅରିଅନ୍‌’ ମହାକାଶଯାନ ସହିତ ‘ସ୍ପେସ୍‌ ଲଞ୍ଚ୍‌ ସିଷ୍ଟମ୍‌’କୁ (ଏସ୍‌ଏଲ୍‌ଏସ୍‌) ଉତ୍‌କ୍ଷେପଣ କରାଯାଇଛି।
‘ଆର୍ମେଟିସ୍‌-୧’ ଉତ୍‌‌କ୍ଷେପଣ ନିମନ୍ତେ ଏହା ହେଉଛି ‘ନାସା’ର ତୃତୀୟ ଉଦ୍ୟମ। ବାରମ୍ବାର ଇନ୍ଧନ ‘ଳିକ୍‌’ ହେବା, ଇଞ୍ଜିନ୍‌ରେ ତ୍ରୁଟି ଦେଖା ଦେବା, ଦୁଇ ଥର ତୋଫାନ ପ୍ରବାହିତ ହେବା ଭଳି ଅସୁବିଧା ହେତୁ ଏହାର ଉତ୍‌କ୍ଷେପଣ ବାତିଲ କରାଯାଇଥିଲା।
‘ନାସା’ର ‘ଏକ୍ସପ୍ଲୋରେସନ୍‌ ସିଷ୍ଟମ୍ସ୍‌ ଡେଭ୍‌ଲପ୍‌ମେଣ୍ଟ୍‌’ର ରାଚେଲ୍‌ କ୍ରାଫ୍‌ଟ୍‌ ଗଣମାଧ୍ୟମକୁ କହିଛନ୍ତି, ମହାକାଶର ସୁଦୂର ଗନ୍ତବ୍ୟସ୍ଥଳୀକୁ ମାନବୀୟ ଓ ରୋବୋଟିକ୍‌ ଅଭିଯାନ ନିମନ୍ତେ ‘ଏସ୍‌ଏଲ୍‌ଏସ୍‌’ ନୂତନ ଅନୁସନ୍ଧାନ ସାମର୍ଥ୍ୟ ଓ ଆବଶ୍ୟକ ଅନୁଯାୟୀ ସୁବିଧା ଯୋଗାଇ ଦେବ। ଏହା ଅଧିକ ଓଜନିଆ ‌‘ପ୍ଲେଲୋଡ୍‌’ ବହନ କରିବା ସହ ଏବକାର ରକେଟ୍‌ ଅପେକ୍ଷା ଅଧିକ ଶକ୍ତି ଯୋଗାଇବ।

୪୨ଦିନିଆ ଗସ୍ତରେ ଯାଇଥିବା ଏହି ମହାକାଶଯାନ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏଡ଼ାଇବା ସଙ୍ଗେ ସଙ୍ଗେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିବା ପରେ ତା’ର ମାଧ୍ୟାକର୍ଷଣ ଶକ୍ତିଦ୍ବାରା ନିୟନ୍ତ୍ରିତ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଭବିଷ୍ୟତରେ ମାନବକୁ ଚନ୍ଦ୍ରର କକ୍ଷପଥ ଓ ପୃଷ୍ଠକୁ ପରିବହନ କରିବା।
ଏହି ମହାକାଶଯାନ ୪ଟି ‘ଅର୍‌ଏସ୍‌-୨୫’ ଇଞ୍ଜିନଦ୍ବାରା ଚାଳିତ। ଚନ୍ଦ୍ରର କକ୍ଷପଥରୁ ପ୍ରତ୍ୟାବର୍ତ୍ତନ କରି ଏହି ମହାକାଶଯାନ ଡିସେମ୍ବର ମାସରେ ସାନ୍‌ ଡିଏଗୋ ଉପକୂଳବର୍ତ୍ତୀ ସମୁଦ୍ରରେ ଖସିପଡ଼ିବ।

ad-week
Leave A Reply

Your email address will not be published.