ଜେଲରେ ଥିବା ଆପ୍‌ ନେତାଙ୍କୁ କୋର୍ଟ ଝଟକା

add-all

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇ ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ସେ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ ହେଁ ଏହା ଅଗ୍ରାହ୍ୟ ହୋଇଯାଇଛି। ଜୈନଙ୍କ ବ୍ୟତୀତ ଏହି ଘଟଣାର ଦୁଇ ସହ ଅଭିଯୁକ୍ତ ବୈଭବ ଜୈନ ଓ ଅଙ୍କୁଶ ଜୈନଙ୍କ ଜାମିନ ଆବେଦନକୁ ମଧ୍ୟ ସ୍ୱତନ୍ତ୍ର କୋର୍ଟର ବିଚାରପତି ବିକାଶ ଧୁଲ ରଦ୍ଦ କରି ଦେଇଛନ୍ତି।

୫୮ ବର୍ଷୀୟ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଚଳିତ ବର୍ଷ ମେ’ ୩୦ରେ ଗିରଫ କରିଥିଲା। ୨୦୧୭ ମସିହା ଅଗଷ୍ଟ ୨୪ରେ ସିବିଆଇ ରୁଜୁ କରିଥିବା ହାୱାଲା କାରବାର ମାମଲାକୁ ଆଧାର କରି ଇଡି ମନି ଲଣ୍ଡରିଂ ଦିଗର ତଦନ୍ତ କରିଥିଲା। ଏହି ମାମଲାରେ ଜୈନଙ୍କୁ ଜେରା କରାଯିବା ପରେ ଗିରଫ କରାଯାଇଥିଲା। ଜୁନ ମାସରୁ ସେ ଦିଲ୍ଲୀର ତିହାର ଜେଲରେ ଅଛନ୍ତି।
ଆଜି ଦ୍ୱିତୀୟ ଥର ପାଇଁ ଜୈନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଅଭିଯୋଗର ଗୁରୁତ୍ୱ ଥିବାରୁ ଜୁନ ମାସରେ କୋର୍ଟ ତାଙ୍କୁ ଜାମିନ ଦେଇ ନଥିଲେ। ଜୈନଙ୍କ ଜାମିନ ଆବେଦନକୁ ବିରୋଧ କରି ଇଡି କହିଥିଲା ଯେ ସତ୍ୟେନ୍ଦ୍ର ଜୈନ ତଦନ୍ତକାରୀ ସଂସ୍ଥାକୁ ପୂରା ମାମଲାରେ ବିଭ୍ରାନ୍ତ କରୁଛନ୍ତି ଓ ତଦନ୍ତରେ ସହଯୋଗ କରୁ ନାହାନ୍ତି। ସେ ଜାମିନରେ ଗଲେ ପ୍ରମାଣ ନଷ୍ଟ ଓ ସାକ୍ଷୀ ପ୍ରଭାବିତ ହେବାର ଆଶଙ୍କା ଥିବା ଇଡି ନିଜ ଯୁକ୍ତିରେ କହିଥିଲା।
ଅନ୍ୟପକ୍ଷରେ ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭିଆଇପି ସୁବିଧା ମିଳୁଥିବା ଅଭିଯୋଗ ଆସିଥିଲା। ଏହି ଘଟଣାରେ ତିହାର ଜେଲର ଏସ୍‌ପିଙ୍କୁ ନିଲମ୍ବିତ କରାଯାଇଛି।

ad-week
Leave A Reply

Your email address will not be published.