ପାକିସ୍ତାନ ହନି ଟ୍ରାଫ୍‌ରେ ଫସି ସମସ୍ତ ସୂଚନା ଦେଉଥିଲା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭର: ଗିରଫ କଲା ପୁଲିସ

add-all

ନୂଆଦିଲ୍ଲୀ: ପାକିସ୍ତାନ ହନି ଟ୍ରାଫ୍‌ରେ ଫସିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଡ୍ରାଇଭର। ଜାସୁସୀ କରିବା ଅଭିଯୋଗରେ ନୂଆଦିଲ୍ଲୀର ଜବାହାର ଲାଲ ନେହରୁ ଭବନରୁ ତାଙ୍କୁ ଗିରଫ କରାଯାଇଛି।

ଗିରଫ ଡ୍ରାଇଭର ଜଣଙ୍କ ଟଙ୍କା ବଦଳରେ ପାକିସ୍ତାନ ଲୋକ ସୂଚନା ଅଧିକାରୀ(ପିଆଇଓ)ଙ୍କୁ  ମନ୍ତ୍ରାଳୟ ସମ୍ପର୍କରେ ସମସ୍ତ ସୂଚନା ଦେଉଥିଲା। ପାକିସ୍ତାନୀ ପିଆଇଓ ନିଜକୁ ଜଣେ ମହିଳା ପୁନମ ଶର୍ମା/ପୂଜା ବୋଲି ପରିଚୟ ଦେଇ ଡ୍ରାଇଭ ଠାରୁ ତଥ୍ୟ ନେଉଥିଲା। ଡ୍ରାଇଭରକୁ ନକଲି ଆଇଡି ଦେଖାଇ ଭାରତୀୟ ମନ୍ତ୍ରାଳୟ ବିଷୟରେ ସମସ୍ତ ଡକ୍ୟୁମେଣ୍ଟ ହାତଉଥିଲା।

ସୂଚନା ଥାଉକି ୨୦୨୨ ଅଗଷ୍ଟର ମାସରେ ମଧ୍ୟ ଜଣେ ୪୬ ବର୍ଷୀୟ ଲୋକକୁ ଦିଲ୍ଲୀରରୁ ଗିରଫ କରିଥିଲା ରାଜସ୍ଥାନ ପୁଲିସ। ୨୦୧୬ରେ ବ୍ୟକ୍ତି ଜଣଙ୍କ ଭାରତୀୟ ନାଗରିକତା ପାଇଥିବା ବେଳେ ପାକିସ୍ତାନକୁ ସୂଚନା ଦେଉଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।  

ad-week
Leave A Reply

Your email address will not be published.