ଜାତିସଙ୍ଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଲା ପାକିସ୍ତାନ, ଭାରତ ଦେଲା କଡ଼ା ଜବାବ

add-all

ପାକିସ୍ତାନ ପୁଣି ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର କଡ଼ା ଜବାବ ଦେଇଛି । ଜାତିସଂଘର ସ୍ଥାୟୀ ମିଶନରେ କାଉନସିଲର ଥିବା ଭାରତୀୟ ପ୍ରତିନିଧି ପ୍ରତୀକ ମାଥୁର କହିଛନ୍ତି, ପାକିସ୍ତାନର ଏକ ପ୍ରତିନିଧି ଜାତିସଂଘରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଏହି ପ୍ରସଙ୍ଗ ଉଠାଇବା ପରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି । ପ୍ରତିନିଧି କହିଛନ୍ତି, ଭାରତକୁ ବଦନାମ କରିବା ପାଇଁ ପାକିସ୍ତାନ ସବୁବେଳେ ମିଛର ସାହାରା ନେଉଛି । ଯେତେ ଯାହା କହିଲେ ବି ଭାରତ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ ।

ଜାତିସଂଘର ସ୍ଥାୟୀ ମିଶନର କାଉନସିଲର ପ୍ରତୀକ ମାଥୁର କହିଛନ୍ତି, ଆଜି ଆମେ ଜାତିସଂଘରେ ରାଷ୍ଟ୍ର ସୁରକ୍ଷା ପରିଷଦର ସୁଧାର ପାଇଁ ବୈଠକରେ ଯୋଗ ଦେଇଥିଲୁ । ଏହି ବୈଠକରେ ପାକିସ୍ତାନର ଜଣେ ପ୍ରତିନିଧି ପୁଣି ଥରେ କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତକୁ ଦୋଷାରୋପ କରିଥିଲେ । ପାକିସ୍ତାନ ଯେତେଥର ମିଛର ସାହାରା ନେଇ ଭାରତ ଉପରେ ଅଭିଯୋଗ କରୁଥିବ, ଭାରତ ଉପରେ କିଛି ଫରକ ପଡ଼ିବନାହିଁ। ପାକିସ୍ତାନ ସବୁବେଳେ ଏହିପରି ମିଥ୍ୟା ଅଭିଯୋଗ ଆଣୁଛି ଏହଂ ଗୁଜବ ପ୍ରଚାର କରୁଛି । ପାକିସ୍ତାନର ଏମିତି କରିବା ଗୋଟିଏ ଖରାପ ଅଭ୍ୟାସ । ଏମିତି ଏକ ବଡ଼ ମଞ୍ଚରେ ପାକିସ୍ତାନ କେବଳ ସହାନୁଭୂତି ପାଇବା ପାଇଁ ଚେଷ୍ଟା କରୁଛି । ଜାତିସଂଘର ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତୀୟ ପ୍ରତିନିଧିମାନେ ପାକିସ୍ତାନର ମିଛ ଅଭିଯୋଗର ମୁଖା ଖୋଲି ଦେଇଛନ୍ତି । ପାକିସ୍ତାନର ମିଛ ଷଢ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି ।

ଏହା ପୂର୍ବରୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ଜାତିସଂଘ ସୁରକ୍ଷା ପରିଷଦର ସମାନ ପ୍ରତିନିଧିତ୍ୱ ଉପରେ ୟୁଏନ୍‌ଜିଏରେ ବୟାନ ଦେଇଥିଲେ। ସେ କହିଥିଲେ, ସୁରକ୍ଷା ପରିଷଦ ସୁଧାର ପାଇଁ ଯେତେ ସମୟ ଲାଗିବ, ସେତେ ଦିନ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କମ୍‌ ହେବ, ଯାହା ସୁରକ୍ଷା ପରିଷଦର ବୈଧତା ଓ ପ୍ରଭାବଶୀଳତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ। ରୁଚିରା କମ୍ବୋଜ ଜି-୪ର ୪ଟି ଦେଶ ବ୍ରାଜିଲ, ଜର୍ମାନୀ, ଜାପାନ ଏବଂ ଭାରତ ତରଫରୁ ଏହି କଥା କହିଥିଲେ ।

ସେ ଜାତିସଂଘର ମହାସଭା (UNGA)ରେ ଉତ୍ତର ରଖି ପାକିସ୍ତାକର ମୁହଁ ବନ୍ଦ କରିଦେଇଛନ୍ତି । ସେ କହିଛନ୍ତି, ଜାମ୍ମୁ ଓ କାଶ୍ମୀର ହେଉଛି ଭାରତର ଅବିଛେଦ୍ୟ ଅଙ୍ଗ । ଏହା ଅତୀତରେ ଥିଲା ଏବଂ ଭବିଷ୍ୟତରେ ରହିବ। ପାକିସ୍ତାନକୁ ଏଥିରେ ହସ୍ତକ୍ଷେପ କରିବାରେ କୌଣସି ଅଧିକାର ନାହିଁ । ପାକିସ୍ତାନ ଏହିପରି ପ୍ରସଙ୍ଗ ଉଠାଇ ଜାତିସଂଘର ସମୟକୁ ନଷ୍ଟ କରୁଛି ବୋଲି କମ୍ବୋଜ କହିଛନ୍ତି ।

ad-week
Leave A Reply

Your email address will not be published.