ପ୍ରକାଶ ପାଇଲା UPSC ୨୦୨୨ ରେଜଲ୍ଟ: ରୁବିନ୍‌ ସିଂ ଏନ୍‌ଡିଏ ଟପ୍ପର, ଦେଖନ୍ତୁ ଶ୍ରେଷ୍ଠ ୧୦ ତାଲିକା

add-all

ସଂଘ ଲୋକ ସେବା ଆୟୋଗ (UPSC) ୟୁପିଏସ୍‌ସି ଏନ୍‌ଡିଏ, ଏନ୍‌ଏ ଫାଇନାଲ ପରୀକ୍ଷା ଫଳ ୨୦୨୨ ଜାରି କରିଛି। ୟୁପିଏସ୍‌ସି ଏନ୍‌ଡିଏ ପରୀକ୍ଷାରେ ସାମିଲ ହୋଇଥିବା ଆଶାୟୀମାନେ ଆୟୋଗର ଅଫିସିଆଲ େଓ୍ଵବ୍‌ସାଇଟ upsc.gov.in ରେ ଭିଜିଟ୍‌ କରି ମେରିଟ୍‌ ତାଲିକା ଚେକ୍‌ କରି ପାରିବେ। ଜାରି ହୋଇଥିବା ଫଳାଫଳ ଅନୁସାରେ, ରୁବିନ୍‌ ସିଂ ଫାଇନାଲ ରେଜଲ୍ଟରେ ଟପ୍ପର ହୋଇଛନ୍ତି।

UPSC ଦ୍ୱାରା ଜାରି ଅଫିସିଆଲ ନୋଟିସ୍‌ ମୁତାବକ, ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ଏବଂ ନୌସେନା ଏକାଡେମୀ ୨୦୨୨ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ରାଉଣ୍ଡରେ ଆଶାୟୀମାନଙ୍କ ପ୍ରଦର୍ଶନ ଆଧାରରେ ମୋଟ ୫୧୯ ଜଣ ଆଶାୟୀଙ୍କୁ ମନୋନୟନ କରିଛନ୍ତି। ମନୋନୀତ ଆଶାୟୀଙ୍କ ନାମ ଏବଂ ରୋଲ୍‌ ନମ୍ବର ଅଫିସିଆଲ େଓ୍ଵବ୍‌ସାଇଟରେ ଜାରି ରେଜଲ୍ଟରେ ଉପଲବ୍ଧ ରହିଛି।

ଟପ୍‌ ୩ରେ ୨ ଛାତ୍ରୀ

ରୁବିନ୍‌ ସିଂ UPSC NDA, NA I ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଏହାପରେ କ୍ରମାଗତ ଭାବେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି ଅନୁଷ୍କା ଅନିଲ ବୋର୍ଡେ ଓ ବୈଷ୍ଣବୀ ଗୋର୍ଡେ। ମେରିଟ୍‌ ତାଲିକା UPSC NDA, NA ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ରାଉଣ୍ଡରେ ପ୍ରାପ୍ତ ହୋଇଥିବା ମୋଟ ମାର୍କ ଆଧାରରେ ପ୍ରସ୍ତୁତ କରାଯାଇଛି। UPSC ପରୀକ୍ଷା ୨୦୨୨, ଏପ୍ରିଲ ୧୦ରେ ଆୟୋଜନ କରାଯାଇଥିଲା।

ଶ୍ରେଷ୍ଠ ୧୦ରେ ରହିଥିବା ଛାତ୍ରଛାତ୍ରୀ

୧. ରୁବିନ୍ ସିଂ

୨. ଅନୁଷ୍କା ଅନିଲ ବୋର୍ଡେ

୩. ବୈଷ୍ଣବୀ ଗୋର୍ଡେ

୪. ଆଦିତ୍ୟ ବସୁ ରାଣା

୫. ସୌର୍ଯ୍ୟ ରାଏ

୬. ଇଶାନ୍ତ କୋଠିୟାଲ

୭. ଆକାଶ କୁମାର

୮. ଗୌରଭ ସିଂ

୯. ଆୟୁଷ ଶର୍ମା

୧୦. ଆଦର୍ଶ ରାଏ

ad-week
Leave A Reply

Your email address will not be published.