ପାକିସ୍ତାନ ସପକ୍ଷରେ ନାରା ଦେଇ ୩ ଶିକ୍ଷାର୍ଥୀ ଗିରଫ

add-all

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ନ୍ୟୁ ହୋରିଜୋନ କଲେଜ ଅଫ ଇଞ୍ଜିନିୟରିଂର ୩ ଜଣ ଶିକ୍ଷାର୍ଥୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଗିରଫ ହୋଇଛନ୍ତି। ସେମାନେ ପାକିସ୍ତାନ ସପକ୍ଷରେ ନାରା ଦେବାର ଭିଡିଓ ଭାଇରାଲ ହେବା ପରେ ସମସ୍ତଙ୍କୁ ଗିରଫ କରାଯାଇଥିଲା।
ଏହି ଘଟଣା ପରେ ୩ ଶିକ୍ଷାର୍ଥୀଙ୍କୁ କଲେଜରୁ ମଧ୍ୟ ନିଲମ୍ବିତ କରାଯାଇଛି। ଗିରଫ ପରେ ସେମାନେ ଜାମିନରେ ମୁକୁଳିଛନ୍ତି। ଛାତ୍ରମାନେ ପାକ୍‌ ସପକ୍ଷରେ ନାରା ଦେଇଥିଲେ ମଧ୍ୟ ଏହା ଅଜାଣତରେ ଘଟିଥିବା ପୁଲିସ୍‌ କହିଛି।
ନ୍ୟୁ ହୋରିଜୋନ କଲଜ ଅଫ ଇଞ୍ଜିନିୟରିଂ ପକ୍ଷରୁ ନଭେମ୍ବ ୨୫-୨୬ରେ ଇଣ୍ଟର କଲେଜ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶିକ୍ଷାର୍ଥୀମାନେ ସେମାନଙ୍କ ପସନ୍ଦର ଆଇପିଏଲ ଟିମ ଓ ଦେଶର ନାଁ ସପକ୍ଷରେ ନାରା ଦେଇଥିଲେ। ଏହି ସମୟରେ ଆର୍ଯ୍ୟନ, ଦିନାକର ଓ ରିୟା(ସମସ୍ତଙ୍କ ବୟସ ୧ରୁ ୧୮ ବର୍ଷ) ହଠାତ୍‌ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଘଟଣାର ଭିଡିଓ ଶୁଟିଂ କରୁଥିବା ଜଣେ ଛାତ୍ର ଏହାକୁ ରେକର୍ଡ କରି ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଏହା ଭାଇରାଲ ହୋଇଛି।

ପୁଲିସ୍‌ କହିଛି ଯେ ପିଲାମାନେ ଥଟାମଜାରେ ନାରାବାଜୀ କରୁଥିଲେ। ଗିରଫ ପରେ ୩ ଶିକ୍ଷାର୍ଥୀଙ୍କୁ ଷ୍ଟେସନ ବେଲ୍‌ରେ ଛଡ଼ା ଯାଇଛି ଓ ସେମାନଙ୍କୁ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଉତ୍ତେଜନା ସୃଷ୍ଟି କରିବା ଅଭିଯୋଗରେ ମରାଠାହାଲ୍ଲି ପୁଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି। ସେମାନେ ଜାଣିଶୁଣି ଏପରି ନାରା ଦେଇ ନ ଥିଲେ। ପସନ୍ଦର ଟିମ୍‌ ନାଁ କହୁଥିବା ବେଳେ ସେମାନଙ୍କ ପାଟିରୁ ଏପରି ନାରା ବାହାରି ପଡ଼ିଥିଲା ବୋଲି ପୁଲିସ୍‌ କହିଛି।

ଘଟଣା ପରେ ୩ ଶିକ୍ଷାର୍ଥୀଙ୍କ ପରିବାର ଲୋକଙ୍କୁକ କଲେଜ ପକ୍ଷରୁ ସମନ କରାଯାଇଥିଲା। ଏହି ସମୟରେ ସେମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାଇ ଦିଆଯାଇଥିଲା।

ad-week
Leave A Reply

Your email address will not be published.