ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ିଲା ଆପାର୍ଟମେଣ୍ଟ, ୯ ମୃତ

add-all

ମସ୍କୋ: ଗ୍ୟାସ ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଛି ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ବିରାଟ ଅଂଶ। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଜଣଙ୍କ ପତ୍ତା ମିଳୁନି। ନିଖୋଜ ଥିବା ଲୋକ ଜଣଙ୍କ ଆପାର୍ଟମେଣ୍ଟର ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା କୁହାଯାଉଛି। ରୁଷର ପ୍ୟାସିଫିକ ଦ୍ୱୀପ ସାଖାଲିନରେ ଏପରି ଘଟଣା ଘଟିଛି।
ରୁଷର ନ୍ୟୁଜ ଏଜେନ୍ସିରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଥମେ ବିରାଟ ବିସ୍ଫୋଣ ହୋଇଥିଲା। ଏହାପରେ ଆପାର୍ଟମେଣ୍ଟର ବିରାଟ ଅଂଶ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା। ଆକଳନ କରାଯାଉଥିଲା ଯେ କୌଣସି ଆକ୍ରମଣରେ ଏପରି ଘଟିଛି। ହେଲେ ପରବର୍ତ୍ତୀ ଅବସ୍ଥାରେ ଗ୍ୟାସ ବିସ୍ଫୋରଣ ଯୋଗୁ ଏତେ ବଡ଼ ଘଟଣା ଘଟିଥିବା ଜଣାପଡ଼ିଛି।

ରୋଷେଇ ପାଇଁ ଲାଗିଥିବା ୨୦ ଲିଟର ବିଶିଷ୍ଟ ଗ୍ୟାସ୍‌ ସିଲଣ୍ଡର ଫାଟିବାରୁ ଆପାର୍ଟମେଣ୍ଟ ଭୁଶୁଡ଼ି ପଡ଼ିଛି। ଏହାର ଧ୍ୱଂସାବଶେଷ ତଳେ ଚାପି ହୋଇ ୯ ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଜଣେ ବ୍ୟକ୍ତି ନିଖୋଜ ଥିବାରୁ ତାଙ୍କୁ ଉଦ୍ଧାର ପାଇଁ ସୁରକ୍ଷାକର୍ମୀ ସବୁ ପ୍ରକାରର ଉଦ୍ୟମ କରୁଛନ୍ତ। କ୍ରେନ ସାହାଯ୍ୟରେ ଧ୍ୱଂସାବଶେଷ ବାହାର କରାଯାଇ ମୃତାହତଙ୍କୁ ବାହାର କରାଯାଇଥିଲା। କେଉଁ ପରିସ୍ଥିତିରେ ଗ୍ୟାସ ସିଲିଣ୍ଡର ଫାଟିଲା, ତା’ର ତଦନ୍ତ ରୁଷିଆର ଇନଭେଷ୍ଟିଗେଟିଭ କମିଟି ଆରମ୍ଭ କରିଛି।

ad-week
Leave A Reply

Your email address will not be published.