ନିର୍ବାଚନ ହାରିଥିଲେ, କିନ୍ତୁ ୨ କୋଟି ଟଙ୍କା ଓ ଗୋଟିଏ ବଡ଼ ଗାଡ଼ି ଦେଲେ ଗାଁ ଲୋକ

add-all

ରୋହତକ: ସାମ୍ନାକୁ ଆସିଛି ଭାଇଚାରାର ଜ୍ୱଳନ୍ତ ଉଦାହରଣ। ରାଜନୀତିରେ ବିରୋଧାଭାଷ ରହିଥିଲେ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ସବୁବେଳେ ଭଲ ରହିବା ଦରକାର। ଏକଥାକୁ ଅକ୍ଷରେଅକ୍ଷରେ ପାଳନ କରିଛନ୍ତି ହରିଆଣାର ରୋହତଗ ଅନ୍ତର୍ଗତ ଛିଦି ଗାଁର ଲୋକମାନେ।
ଗତ ପଞ୍ଚାୟତ ନିର୍ବାଚରେ ମାତ୍ର ୬୬ ଖଣ୍ଡ ଭୋଟରା ହାରିଥିବା ସରପଞ୍ଚ ପ୍ରାର୍ଥୀଙ୍କୁ ଗାଁ ଲୋକମାନେ ବଡ଼ ଉପହାର ଦେଇଛନ୍ତି। ଗାଁର ସବୁ ଲୋକ ମିଳିତ ଭାବେ ୨ କୋଟି ଟଙ୍କା ଓ ଗୋଟିଏ ବଡ଼ କାର(ଏସ୍‌ୟୁଭି) ପରାଜିତ ପ୍ରାର୍ଥୀଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣା ଏବେ ଚାରି ଆଡ଼େ ଚର୍ଚ୍ଚା ବିଷୟ ପାଲଟିଛି।
ନଭେମ୍ବର ୧୨ରେ ଗାଁରେ ସରପଞ୍ଚ ପଦ ପାଇଁ ଭୋଟିଂ ହୋଇଥିଲା। ଏହି ଭୋଟରେ ଧର୍ମପାଲ ଦଲାଲ ଓରଫ କାଲା ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ ସମାନ ଗାଁର ନବୀନ ଦଲାଲ। ହେଲେ ଏହି ନିର୍ବାଚନରେ ନବୀନ ମାତ୍ର ୬୬ ଖଣ୍ଡ ଭୋଟରେ ଧର୍ମପାଲଙ୍କୁ ହରାଇ ଦେଇଥିଲେ।
ଏଠାରେ କଡ଼ା ଟକ୍କରର ଆଶଙ୍କା ଥିବାରୁ ପୂର୍ବରୁ ହିଁ ଛିଦି ଗାଁକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ଏସବୁ ଭିତରେ ଭୋଟ ହେବା ସହ ନବୀନ ବାଜିମାତ କରିଥିଲେ। ପରାଜୟ ଯୋଗୁ ଧର୍ମପାଲ ଭାଙ୍ଗି ପଡ଼ିଥିଲେ। ଏଥିପାଇଁ ନବୀନ ଓ ଗାଁ ଲୋକମାନେ ମିଳିତ ଭାବେ ଧର୍ମପାଲଙ୍କୁ ୨ କୋଟି ଟଙ୍କା ଓ ଗୋଟିଏ ଏସ୍‌ୟୁଭି ଦେଇଛନ୍ତି।
ଧର୍ମପାଲ ମଧ୍ୟ ଏପରି ଉପହାର ପାଇ ବେଶ ଖୁସି ଅନଭୁବ କରିଛନ୍ତି। ଏହି ମହାନ ଆଚରଣ ପାଇଁ ପରାଜୟ ସତ୍ତ୍ୱେ ସେ ଗାଁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “ମୁଁ ୨୦୦୦ ମସିହାରେ ବ୍ଲକ ସମିତି ଚେୟାରମ୍ୟାନ ହୋଇଥିଲି। ଦୀର୍ଘବର୍ଷ ହେଲାଣି ମୁଁ ଜନ କଲ୍ୟାଣ ପାଇଁ କାମ କରିଛି। ପ୍ରତିବର୍ଷ ଆମ ଗାଁ ସ୍କୁଲରେ ମୁଁ ଟପ୍ପର ହେଉଥିଲି। ଏଥିସହ ଖେଳରେ ମଧ୍ୟ ମୁଁ ମେଡାଲ ପାଇଛି। ଗାଁରେ ଅନୁଷ୍ଠିତ ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ମୁଁ ହିଁ କରିଥାଏ।
ମୁଁ ନିର୍ବାଚନ ହାରି ଯାଇଛି। କିନ୍ତୁ ଗାଁ ଲୋକମାନେ ମୋ ସହ ରହିଛନ୍ତି। ଏଥିପାଇଁ ସେମାନେ ୨ କୋଟି ୧୧ ଲକ୍ଷ ଟଙ୍କା ଓ ଗୋଟିଏ ଏସ୍‌ୟୁଭି ଉପହାର ଦେଇଛି। ମୁଁ ପୂର୍ବଭଳି ଗାଁର ବିକାଶ ପାଇଁ ମୋର କାର୍ଯ୍ୟ ଜାରି ରଖିବି।”
ଖାପ୍ପ ନେତା ଭାଲେ ରାମ ଗାଁ ଲୋକଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଧର୍ମପାଲ ଗାଁ ପାଇଁ ପୂର୍ବଭଳି କାର୍ଯ୍ୟ ଚାରି ରଖିବା ବୋଲି ସେ ଆଶା ରଖିଛନ୍ତି।

ad-week
Leave A Reply

Your email address will not be published.