ଝିଅ ପଛରେ ଗୋଡ଼ାଅ ନାହିଁ, ଭଲ ଚାକିରି କଲେ ଭଲ ପ୍ରେମିକା ମି‌ଳିବେ; ଯୁବପିଢ଼ିଙ୍କୁ ଏଭଳି ଉପଦେଶ ଦେଲେ ଚେତନ

add-all

ନୂଆଦିଲ୍ଲୀ: ସାହିତ୍ୟ ଆଜ୍ ତକ୍- ୨୦୨୨ ଆରମ୍ଭ ହୋଇସାରିଛି। ଏହାର ଦ୍ୱିତୀୟ ଦିନରେ ଜଣାଶୁଣା ଲେଖକ ଚେତନ ଭଗତ ଆଜିର ଯୁବପିଢ଼ିଙ୍କୁ କିଛି ଉପଦେଶ ଦେଇଥିବା ଦେଖାଯାଇଥିଲା। ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଏବେକାର ଯୁବପିଢ଼ିଙ୍କ ଉପରେ କିଭଳି ପ୍ରଭାବ ପକାଉଛି, ସେ ବିଷୟରେ ଚେତନ ଭଗତ କହିଥିଲେ।

ସେ କହିଥିଲେ ଯେ, ଇଣ୍ଟରନେଟ ଏବଂ ଡାଟା ବହୁତ ଭଲ ଜିନିଷ। ହେଲେ ଏହାର ଅତ୍ୟଧିକ ବ୍ୟବହାର ଆଜି ଯୁବପିଢ଼ିଙ୍କୁ ଦୁର୍ବଳ କରିଦେଇଛି। ପିଲାମାନେ ଖାଲି ସମୟ ମିଳିଲେ ରିଲ୍ସ ଦେଖୁଛନ୍ତି, ଫୋଟ ଲାଇକ୍ କରୁଛନ୍ତି। ଆମ ସମୟରେ ମନୋରଞ୍ଜନର ଏଭଳି ସୁବିଧା ନଥିବାରୁ ନିଜର ସମୟ କଟାଇବା ପାଇଁ ମୁଁ ଲେଖିବା ଆରମ୍ଭ କରିଥିଲି। ‌ଏବେ ମୋର ଏହି ଲେଖା ମୋତେ ପରିଚୟ ଦେଇଛି। ହେଲେ ଆଜିର ପିଲାମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବିତାଇ ନିଜର ଭବିଷ୍ୟତ ନଷ୍ଟ କରୁଛନ୍ତି। ଯେଇଁ ବୟସରେ ପାଠ ପଢ଼ିବା ‌କଥା ସେ ବୟସରେ ଗର୍ଲଫ୍ରେଣ୍ଡ କରିବାକୁ ମଧ୍ୟ ବହୁତ ଇଚ୍ଛା ହୁଏ। କିନ୍ତୁ ଭଲ ଗର୍ଲଫ୍ରେଣ୍ଡ ଆପଣଙ୍କୁ ଭଲ ଚାକିରି ଦେବ ନାହିଁ। ହଁ, ଏହା ନିଶ୍ଚିତ ଭାବରେ ହୋଇପାରେ ଯେ ଯଦି ଆପଣଙ୍କର ଭଲ ଚାକିରି ଅଛି, ତେବେ ଆପଣ ଜଣେ ଭଲ ଗର୍ଲଫ୍ରେଣ୍ଡ ପାଇପାରିବେ।

ଚେତନ ଆହୁରି କହିଛନ୍ତି ଯେ ମୋର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ସର୍ବୋତ୍ତମ ଦିଗକୁ ଆଣିବା। ପଢ଼ିବା ଏକ ସକାରାତ୍ମକ ଜିନିଷ, ଯାହା ଆପଣଙ୍କ ଧ୍ୟାନ ବଢ଼ାଇଥାଏ। ପିଲାଙ୍କୁ ଏବେ ଫୋନ ନିଶା ଲାଗିଛି, ଯାହା ଭଲ ନୁହେଁ।

ad-week
Leave A Reply

Your email address will not be published.