ଲୋୟର ପିଏମଜିରେ ଶିକ୍ଷକ ସଂଘର ବିଶାଳ ସମାବେଶ ଓ ଧାରଣା

add-all

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋୟର ପିଏମଜିରେ ଶିକ୍ଷକ ସଂଘର ବିଶାଳ ସମାବେଶ ଓ ଧାରଣା। ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ପକ୍ଷରୁ ରାଲି କରି ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦରେ ଅବିଚାର କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।

ଅଭିଯୋଗ ହୋଇଛି, ସରକାର କହିଥିଲେ ୨୦୦୪ ପରଠାରୁ ନିଯୁକ୍ତି ପାଇଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନଙ୍କୁ ରେଗୁଲାର କରାଯିବ। ମାତ୍ର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଅସଙ୍ଗତି ରହିଛି। ୨ ଦିନ ଭିତରେ ସରକାର ସଂଘର ଦାବି ମାନି ନନେଲେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ମାଟ୍ରିକ ସମ୍ମେଟିଭ ଓ୍ୱାନ ପରୀକ୍ଷାକୁ ବର୍ଜନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ଏନେଇ ଓଡ଼ିଶା ସରକାରୀ ହାଇସ୍କୁଲ NPS ସଂଘ ସାଧାରଣ ସମ୍ପାଦକ ସୁଭ୍ରଜିତ୍ ପ୍ରତିହାରୀ କହିଛନ୍ତି, ସରକାର ନେଇଥିବା ନିଷ୍ପତ୍ତିରେ ଅନେକ ଅସଙ୍ଗତି ରହିଛି। ଯାହାର ପରିଣାମ ୨୦ରୁ ୩୦ ହଜାର କର୍ମଚାରୀଙ୍କ ଉପରେ ପଡ଼ିଛି। ସେମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜୁନିୟରମାନେ ସିନିୟର ହେଉଥିବା ବେଳେ ସିନିୟର ଜୁନିୟର ହେଉଛନ୍ତି। ଦରମାରେ ମଧ୍ୟ ତାରତମ୍ୟ ଦେଖାଦେଇଛି। ଆନ୍ଦୋଳନରେ ପ୍ରାୟ ହଜାରେ ଜଣ ସ୍କୁଲର ପ୍ରଧାନଶିକ୍ଷକ, ସୁପରିଣ୍ଟେଣ୍ଡେଣ୍ଟ, ଡେସପାଚ୍ ଅଫିସ୍‌ର ଯୋଗ ଦେଇଛନ୍ତି। ୬ଟା ଇନ୍‌କ୍ରିମେଣ୍ଟ ଓ ମୂଳ ଚାକିରିରେ ୬ ବର୍ଷ ଯୋଗ କରାଯିବାକୁ ଦାବି ରଖାଯାଇଛି। ସରକାର ଦାବି ନମାନିଲେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷାକୁ ବର୍ଜନ କରାଯିବ। ଯାହା ମାଟ୍ରିକ ପରୀକ୍ଷା ଦେଉଥିବା ୬ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରିପାରେ।

ad-week
Leave A Reply

Your email address will not be published.