ଅର୍ଚ୍ଚନା ନାଗ ମାମଲା: ୧୨ଜଣଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ!

add-all

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ ଗିରଫ ଘଟଣାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ସୂଚନା ମିଳିଛି। ଉଭୟ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦଙ୍କଠାରୁ ଅଢ଼େଇ କୋଟି ଟଙ୍କା ଠାବ କରାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଦାମୀ କାର କିଣିବାକୁ ଅର୍ଚ୍ଚନା ଦେଇଥିବା ନଗଦ ଟଙ୍କାର ଉତ୍ସ ଖୋଜିବା ପ୍ରକ୍ରିୟା ଜାରି ରହିଛି।

ଏହି ମାମଲାରେ ପଚରା ଉଚୁରା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ୧୦ରୁ ୧୨ଜଣଙ୍କୁ ସମନ ଜାରି କରାଯାଇଥିବା ଜଣାପଡ଼ିଛି। ସମନ ହୋଇଥିବା ଲୋକମାନଙ୍କୁ ଆସନ୍ତା ମଙ୍ଗଳବାର ଅର୍ଥାତ ନଭେମ୍ବର ୨୨ରୁ ଜେରା କରାଯିବ। ପ୍ରବର୍ତ୍ତନ ସମନ ଜାରି କରିଥିବା ଲୋକଙ୍କ ମଧ୍ୟରେ ବ୍ୟବସାୟୀ ଓ ବିଲଡର ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.