ତାଳବାହାଳ ଗୁଳିକାଣ୍ଡ ଘଟଣା: ଭିଣୋଇ ସହ ଅନୈତିକ ସମ୍ପର୍କରୁ ସ୍ବାମୀକୁ ହତ୍ୟା ଉଦ୍ୟମ, ୩ ଗିରଫ

add-all

ଢେଙ୍କାନାଳ: ଟାଟା କମ୍ପାନୀ କ୍ରେନ ଅପରେଟର ଗୁଳିମାଡ଼ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଅଭିଯୋଗକରିଥିବା ବ୍ୟକ୍ତି ହିଁ ଅଭିଯୁକ୍ତ ବୋଲି ପୁଲିସ ସୂଚନା ଦେଇଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଜଣେ ଅଭିଯୁକ୍ତ ପୁଲିସ ନିକଟରେ ଅଭିଯୋଗ କରି କିଭଳି ଆଇନ ଆଖିରୁ ଖସିଯିବାକୁ ଉଦ୍ୟମ କରିଥିଲା ଏବଂ ପୁଲିସ ତଦନ୍ତ ପରେ ତା’ର ଅସଲ ମୁଖା ଖୋଲି ଯାଇଛି ତାହା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଅଭିଯୋଗ କରିଥିବବ୍ୟକ୍ତି ଆହତ ବ୍ୟକ୍ତିଙ୍କର ବଡ଼ ଭିଣୋଇ। ମୁଖ୍ୟ ଅଭିଯୁକ୍ତ ଭିଣୋଇ ଏବଂ ଆହତ ବ୍ୟକ୍ତିଙ୍କ ସ୍ତ୍ରୀ ସମେତ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଶଳାଭାଉଜ ସହ ଅନୈତିକ ସମ୍ପର୍କ ଥିବାରୁ ରାସ୍ତାରୁ ହଟାଇବାକୁ ଯୋଜନା ରହିଥିଲା। ଗତ ୧୪ ତାରିଖରେ କଣ୍ଟାବଣିଆ ଥାନା ତାଳବାହାଳ ରାସ୍ତାରେ ଗୁଳିମାଡ଼ ହୋଇଥିଲା।

ad-week
Leave A Reply

Your email address will not be published.