ପଦ୍ମପୁର ଜିଲ୍ଲା ଦାବି, ଧାରଣା ଜାରି ରଖିବାକୁ ନିଷ୍ପତ୍ତି

add-all

ଭୁବନେଶ୍ବର: ପଦ୍ମପୁର ଜିଲା ଘୋଷଣା ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହେଁ ବୋଲି କହିଲା କ୍ରିୟାନୁଷ୍ଠାନ କମିଟି। ପଦ୍ମପୁର ଉପନିର୍ବାଚନରେ ବାଧା ସୃଷ୍ଟି କରିବୁ ନାହିଁ। ଏହା ଏକ ଗଣତାନ୍ତ୍ରିକ ପ୍ରକ୍ରିୟା। ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିବୁ ବୋଲି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ବିଜେଡି ନିର୍ବାଚନ ଇସ୍ତାହାରରେ ପଦ୍ମପୁର ଜିଲା ଘୋଷଣା ନେଇ ସ୍ଥାନ ଦେବ ଏବଂ ୨୦୨୩ ସୁଦ୍ଧା ଦାବି ପୂରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।
ଏ ନେଇ ଆଜି କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକରେ ଆଲୋଚନା ହୋଇଥିଲା। କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ପୂର୍ଣ୍ଣ ମାତ୍ରରେ ସନ୍ତୁଷ୍ଟ ନାହୁଁ ବୋଲି ମତପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.