
ମାଲକାନଗିରି : କୁଡୁମୁଲୁଗୁମ୍ମା ନିକଟସ୍ଥ ଚାଉଳମେନ୍ଦି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଡିମାଟି ଗ୍ରାମର ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ସନାତନ ହିନ୍ଦୁ ଧର୍ମର ଏକ ବିରାଟ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ସ୍ବାମୀ ବିଶ୍ଵାମିତ୍ରାନନ୍ଦ ଗିରୀ ପୈ।ରହିତ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ କଟକ ନଗର ର ସ°ଥ ପରମପୁଜ୍ୟ ଶ୍ରୀ କୃଷ୍ଣ ଦାସ ମହାରାଜ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସିରିପେଟା ଦୟଣା କ୍ଷେତ୍ରର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡାଙ୍କ ସହିତ ବୁଦ୍ଧିଜୀବୀ ଭଗବାନ ସାହୁ ଓ ହୃଷୀକେଶ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ଦାସ ମହାରାଜ କହିଥିଲେ ଯେ ହିନ୍ଦୁ ମାନେ ବହୁତ ସହିଷ୍ଣୁ , ମାନବତାବାଦୀ ଓ ପ୍ରକୃତି ସାଧକ,ଏହି ଧର୍ମ ସମସ୍ତଙ୍କୁ ସମ୍ମାନ ଦିଏ ଓ ପୁରା ବିଶ୍ଵ ମଣ୍ଡଳ ର ଶାନ୍ତି, ସୈହାର୍ଧ୍ୟ ଓ ସର୍ବେ ଭବନ୍ତୁ ସୁଖିନଃ ଭାବ ରଖି ସମସ୍ତ ଜନ ମାନସଙ୍କ ମଙ୍ଗଳ କାମନା କରିଥାଏ । ଏଣୁ ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କୁ ଆହୁରି ସ°ଗଠିତ ହେବାକୁ ପଡିବ । ସେ ଆହୁରି ମଧ୍ୟ କହିଥିଲେ ଯେ ଆମର ଐତିହ୍ୟ, ପରମ୍ପରା,ନିତି, ଶାସ୍ତ୍ର,ଯୋଗ, ବେଦ, ପୁରାଣ, ଉପନିଷଦ ଅନୁସାରେ ଆମକୁ ଆଗକୁ ବଢ଼ିବାକୁ ହେବ, ତେବେ ଯାଇ ଆମର ଭବିଷ୍ୟ ପିଢୀ ଏହି ଧର୍ମର ମୁଳତତ୍ୱ କୁ ଭଲଭାବରେ ବୁଝିବା ସହ ସମସ୍ତ ମାନବ ଜାତିର ମଙ୍ଗଳ ଉଦ୍ଧେଶ୍ୟରେ ନିଜକୁ ସମର୍ପିତ କରିପାରିବେ । କାର୍ଯ୍ୟକ୍ରମରେ ଖଡିମାଟି ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୫୦୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ଓ ପୁରା ପୁରି ଭାବରେ ଉକ୍ତ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ସିରିପେଟାର ମୁଖ୍ୟ ପୂଜକ ବିଜୟାନନ୍ଦ ପଣ୍ଡା ଆସନ୍ତା ମାଘ ମାସରେ ଦୟଣା କ୍ଷେତ୍ରରେ ହେବାକୁ ଥିବା ଗାୟତ୍ରୀ ମହାଯଜ୍ଞ କୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ ଓ ଶେଷରେ କାର୍ଯ୍ୟକ୍ରମ ର ପରିଚାଳକ ସ୍ୱାମୀ ବିଶ୍ୱାମିତ୍ରାନନ୍ଦ ଗିରୀ ମହାରାଜ ସମସ୍ତ ଅତିଥି ଓ ଶ୍ରଦ୍ଧାଳୁମାନଙ୍କୁ ଧନ୍ୟବାଦ ଦେବା ସହ ଆନନ୍ଦ ବଜାର ରେ ପ୍ରସାଦ ସେବନ ପାଇଁ ଅନୁରୋଧ କରିଥିଲେ ।