ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ଇଡ଼ି

add-all

ଭୁବନେଶ୍ୱର: ମହିଳା ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଅର୍ଚ୍ଚନାଙ୍କ ବିଜିନେସ୍ ପାର୍ଟନର୍ ଖଗେଶ୍ବର ପାତ୍ରଙ୍କୁ ପୁଣି ୩ଦିନିଆ ରିମାଣ୍ଡରେ ନେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଅନୁମତି ଦେଲେ କୋର୍ଟ | ରିମାଣ୍ଡ ସମୟରେ ଖଗେଶ୍ୱର ସହଯୋଗ କରି ନ ଥିବାରୁ ପୁଣି ୫ଦିନିଆ ରିମାଣ୍ଡ ପାଇଁ ଇଡି ଆବେଦନ କରିଥିଲା | ତେବେ ଇଡି ସ୍ୱତନ୍ତ୍ର କୋର୍ଟ ଖଗେଶ୍ଵରକୁ ୩ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି | କୋର୍ଟରେ ଇଡି ପକ୍ଷରୁ କୁହାଯାଇଥିଲା ଯେ ଜେରା ବେଳେ ଖଗେଶ୍ୱର ଇଡି ଅଧିକାରୀଙ୍କୁ ସହଯୋଗ କରୁନାହାନ୍ତି | ତେଣୁ ପୁଣି ଖଗେଶ୍ବରକୁ ରିମାଣ୍ଡରେ ନିଆଯାଇଛି |

ତିନିଦିନିଆ ରିମାଣ୍ଡରେ ନେଇ ୫୦ ଲକ୍ଷ ଟଙ୍କା କାରବାର ବାବଦରେ ଇଡି ଖୋଳତାଡ଼ କରିବ |ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା। ଗିରଫ ପରେ ଖଗେଶ୍ବରଙ୍କୁ ଜିଲ୍ଲା କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ଜିଲ୍ଲା କୋର୍ଟରେ ୧୫ ଦିନ ପାଇଁ ଆବେଦନ କରାଯାଇଥିଲା। କିନ୍ତୁ, କୋର୍ଟ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଆଜି ପୁଣି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା | ଆଉ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା |

ad-week
Leave A Reply

Your email address will not be published.