କଟକ କ୍ୟାଣ୍ଟନମେଣ୍ଟ ଥାନା IIC ଙ୍କ ବଟି ମଗା ଭିିଡ଼ିଓ ଭାଇରାଲ, ଦାୟିତ୍ବରୁ ଅବ୍ୟାହତି ଦେଲା କମିଶନରେଟ ପୁଲିସ

add-all

କଟକ: ବାଲିଯାତ୍ରାରେ ପୋଲିସ ମାଗୁଥିଲା ଚାନ୍ଦା। କ୍ୟାଣ୍ଟନମେଣ୍ଟ ଥାନା ଆଇଆଇଆସିଙ୍କ ନୀଳ ଡାଏରୀରେ ରହିଛି ସମସ୍ତ ରେକର୍ଡ। ବାଲିଯାତ୍ରାରେ ଚାନ୍ଦା ଆଦାୟ କରୁଥିଲେ କ୍ୟାଣ୍ଟନମେଣ୍ଟ ଆଇଆଇଆସି। ଏହି ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଦାବି ଅର୍ଥ ନଦେଲେ ଆଇଆଇଆସି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମିଛ ମାମଲାରେ ଫସାଇ ଦେବେ ବୋଲି ଧମକ ଦେଉଥିଲେ।

ବାଲିଯାତ୍ରାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କଟକରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ବିଷୋଦଗାର କରାଯାଇଛି। ବହୁ ପ୍ରକାର ଅବ୍ୟବସ୍ଥାର ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା। ଆୟ ବ୍ୟୟର ହିସାବ ମାଗିଲେ ମହିଳା ମୋର୍ଚା ରାଜ୍ୟ ସଭାପତି। ବାଲିଯାତ୍ରାରେ ପୋଲିସ ଚାନ୍ଦା ଆଦାୟ କରିଥିବାର ସଙ୍ଗୀନ ଅଭିଯୋଗ କମିଶନରେଟ ପୋଲିସର ଭାବମୂର୍ତ୍ତିରେ ଆଞ୍ଚ ଆଣିଛି। ପାର୍କିଂ ପ୍ଲେସ ପାଇଁ କ୍ୟାଣ୍ଟାନମେଣ୍ଟ ଥାନା ଅଧିକାରୀ ୫୦ ହଜାର ଦାବି କରି ୪୦ ହଜାର ଟଙ୍କା ଚାନ୍ଦା ନେଇଥିବାର ସଂଗୀନ ଅଭିଯୋଗ ହୋଇଛି।

ଏହି ଘଟଣାରେ ଆଇଆଇଆସି ଦିନକୃଷ୍ଣ ମିଶ୍ର ଓ ସଵଇନିସ୍ପେକ୍ଟର ମୋତିଲାଲ ମାରାଣ୍ଡିଙ୍କୁ ବହିଷ୍କାର ଦାବି ରଖିଥିଲେ ବିଜେପି ମହିଳା ମୋର୍ଚ୍ଚା। ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଥିଲେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଏହା ସହିତ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପୋଲିସ ଡିଜିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଭିଡିଓ ଭାଇରାଲ ହେବା ପରେ ଥାନା ଅଧିକାରୀଙ୍କ ବିରୋଧରେ କମିଶନରେଟ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି | ତାଙ୍କୁ ଆଇଆଇସି ଦାୟିତ୍ୱରୁ ଅବ୍ୟାହତି ଦେଇ ଥାନାରୁ ହଟାଇ ଡିସିପି ଅଫିସକୁ ବଦଳି କରାଯାଇଛି | 

nis-ad
Leave A Reply

Your email address will not be published.