ବାଲ୍ୟ ବିବାହ ରୋକିବାକୁ ସ୍ୱାଭିମାନ ଅଞ୍ଚଳରେ ସଚେତନ କଲା ପରି ରଥ…

add-all


ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାରୁ ବାଲ୍ୟ ବିବାହକୁ ନିଷେଧ ତଥା ରୋକିବାକୁ ଜିଲ୍ଲାର ସମସ୍ତ ବିଭାଗ ତରଫରୁ ଉଦ୍ୟମ ଜାରିରହିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ୱତନ୍ତ୍ର ବାଲ୍ୟ ବିବାହ ରୋକିବାକୁ ଏକ ପରି ରଥ ଆଜି ଚିତ୍ରକୋଣ୍ଡା ବ୍ଲକ ଆଇ.ସି.ଡ଼ି.ଏସ. କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା ପରି ରଥକୁ ଆଇସିଡ଼ିଏସ କର୍ମଚାରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ପରି ରଥ କୁ ପାରମ୍ପରିକ ଢଙ୍ଗରେ ଝୋଟି ଆଗରେ ବନ୍ଦାପନା କରି ସ୍ବାଗତଂ ଜଣାଇ ଥିଲେ ପରେ ସ୍ୱାଭିମାନ ତଥା ଉପାନ୍ତ ଅଞ୍ଚଳ ସମସ୍ତ ପଞ୍ଚାୟତ କୁ ଯାଇ ପରି ରଥ ସଚେତନ କରିଥିଲା ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ତଥା ଆଇସିଡିଏସ କର୍ମଚାରୀ ମାନେ ଜଗି ରହି ପରି ରଥ କୁ ସ୍ବାଗତ ଜଣାଇ ଥିଲେ l ବାଲ୍ୟ ବିବାହ କୁ ମାଲକାନଗିରି ଜିଲା ତଥା ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳ ରୁ ନିଷେଧ ତଥା ରୋକିବାକୁ ଅଭିନଵ ପ୍ରୟାସ ହେଉଛି ପରି ରଥ l ଏକ ସୁସଜିତ ଗାଡ଼ିରେ ପରି ରଥ ରେ ଡାକବାଜି ଯନ୍ତ୍ର ମାଧ୍ୟମରେ ବାଲ୍ୟ ବିବାହ ନିଷେଧ ସମ୍ପର୍କରେ ସଚେତନ କରାଯାଇଥିଲା l ପରିରଥ କୁ ଚିତ୍ରକୋଣ୍ଡା, ଦୋରାଗୁଡା, ବଡ଼ପଡ଼ା, ବଡ଼ପଦର, ଟନେଲକ୍ୟାମ୍ପ ଭଳି ବିଭିନ୍ନ ପଞ୍ଚାୟତ ଠାରେ ଅଟକାଇ ସ୍ବାଗତଂ ଜଣାଇ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ରବୀନ୍ଦ୍ର ଭୂୟାଁ, ଚମ୍ପା ନାୟକ, ଶରତ ମଞ୍ଜରୀ ସ୍ୱାଇଁ, କୁମାରୀ ନାୟକ ଏବଂ ଅନ୍ୟ ସାଥି କର୍ମଚାରୀ ମାନେ ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.