ଆଇଟିଡିଏ ସମ୍ମିଳନୀ କକ୍ଷରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ…

add-all


ଫୁଲବାଣୀ :- ନଭେମ୍ବର ୨୧ ତାରିଖକୁ ବିଶ୍ୱ ମତ୍ସ୍ୟ ଦିବସ ରୂପେ ପାଳନ କରାଯାଉଛି। ଏହି ଅବସରରେ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ୱ ମତ୍ସ୍ୟ ଦିବସ ପାଳନ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାରେ ୧୭୫ଟି ମତ୍ସ୍ୟ ପୋଖରୀରେ ସ୍ୱୟଂ ସହାୟକ ଦଳ ଦ୍ୱାରା ମାଛ ଚାଷ ଗତ ତିନି ବର୍ଷ ହେଲା ଆରମ୍ଭ ହୋଇଥିବା ସୁଚନା ଦେଇଥିଲେ।ଚକାପାଦର ଦେବାଶିଷ ସାହୁ ନିଜ ଉଦ୍ୟମରେ ମାଛ ଚାଷ କରି ବାର୍ଷିକ ପାଞ୍ଚ ଲକ୍ଷ ରୋଜଗାର କରି ପାରୁଥିବାରୁ ମୂଖ୍ୟ ଅତିଥି ସମ୍ମାନିତ କରିଥିଲେ। ସେହିପରି ସୁଡ୍ରାର ସଞିତ ନାୟକ ସାତଟି କୁଣ୍ଡରେ ବାୟୋଫ୍ଲକ କରି ପ୍ରଥମ ବର୍ଷରେ ଦୁଇଲକ୍ଷ ରୋଜଗାର କରିଥିବାରୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।କେ ନୂଆଗାଁ ସା ର୍ତ୍ତିlଗୁଡାର ଏସ ଏଚଜି ଗୃପକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ବିଶିପଡା ସମେତ ଅନ୍ୟ କେତେକ ସ୍ୱୟଂ ସହାୟକ ଦଳ ମାନେ ପୋଖରୀରୁ ଆଶାନୁରୂପ ଲାଭ ପାଇ ପାରୁନଥିବାରୁ ବିଭାଗୀୟ ପରାମର୍ଶ ଆବଶ୍ୟକ।ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଜିଲ୍ଲା ପ୍ରାଣୀଚିକିତ୍ସା ବିଭାଗ ପ୍ରତିନିଧି, ଜଳ ବିଭାଜିକା ପ୍ରତିନିଧି ଓ ମିଶନଶକ୍ତି ଜିଲ୍ଲା ପ୍ରତିନିଧି ଯୋଗ ଦେଇ ବ୍ୟକ୍ତିଗତ ଜମିରେ ମତ୍ସ୍ୟ ଚାଷୀ ଓ ଏସ ଏଚଜି ପକ୍ଷରୁ ମାଛଚାଷୀଙ୍କୁ ପରାମର୍ଶ ଦେଇଥିଲେ।ମାଛଚାଷୀର ବିକାଶ ପାଇଁ ସରକାରୀ ଯୋଜନା ସମ୍ପର୍କରେ ପ୍ରୋଜେକ୍ଟରେ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।

ad-week
Leave A Reply

Your email address will not be published.