ସୀମାନ୍ତ ରେ ବସ ସହ ଟାୱାର ଜାଳିଲେ ମାଓବାଦୀ

add-all

ମାଲକାନଗିରି :,୨୧।୧୧ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ବିଳମ୍ବିତ ରାତିରେ ଏକ ବସକୁ ଜାଳିଲେ ମାଓବାଦୀ। ସୂଚନା ଅନୁଯାୟୀ ଛତିଶଗଡର କାଙ୍କେର ଜିଲ୍ଲା ଅନ୍ତର୍ଗତ କୋଇଲାବେଡା ଗ୍ରାମରେ ଏକ ଯାତ୍ରୀ ବାହି ବାସ ଥିବାବେଳେ ସେଥିରେ ଅନେକ ଯାତ୍ରୀ ବସି ରହିଥିଲେ। ତେବେ ଏହି ସମୟରେ କିଛି ମାଓବାଦୀ ଆସି ଏହି ଯାତ୍ରୀବାହୀ ବସରୁ ସମସ୍ତଙ୍କୁ ଓଲ୍ହାଇ ନିଆଁ ଲଗାଇ ପୋଡି ଦେଇଥିଲେ। ସେଠାରେ ମାଓବାଦୀ ମାନେ ଏକ ପୋଷ୍ଟର ଲଗାଇ କୋଣ୍ଡାଗାଓଁ, ନାରାୟଣପୁର ଏବଂ କାଙ୍କେର ଜିଲ୍ଲାକୁ ଆସନ୍ତା ୨୨ ତାରିଖ ଦିନ ବନ୍ଦ ଡାକରା ଦେଇଛନ୍ତି । ସେହିପରି ଛତିଶଗଡର ପଖାଞ୍ଜୁର ନିକଟରେ ଥିବା ଜିଓ ଟାୱାରକୁ ମଧ୍ୟ ନିଆଁ ଲଗାଇ ପୋଡି ଦେଇଥିଲେ। ତେବେ ଏହି ଖବର ପାଇ ପୋଲିସ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କୁ ଜୋରଦାର କରାଯାଇଛି ।

ad-week
Leave A Reply

Your email address will not be published.