କାର୍‌ରୁ ମିଳିଲା ପେଟି ପେଟି ଟଙ୍କା

add-all

ଖୋର୍ଦ୍ଧା ୨୨/୧୧: କାର୍‌କୁ ପିଛା କରି ଏକ ଟଙ୍କା ଭର୍ତ୍ତି କାର୍ଟୁନ୍‌ ଜବତ କଲା ପୋଲିସ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ପାଖ ସିଆଳିଆ ରାସ୍ତାରେ ଦେଖିବାକୁ ମିଳିଛି। ଚଳିତ ବର୍ଷ ଅକ୍ଟୋବରେ ଏକ ବ୍ରାଉନ୍‌ସୁଗାର୍‌ କାରବାର ମାମଲାରେ ମୋଷ୍ଟ ୱାଣ୍ଟେଡ୍‌ ଅଭିଯୁକ୍ତ ଶରତ ବେହେରା (ବାୟା)କୁ ଧରିବାକୁ ପୋଲିସ ସମ୍ପୃକ୍ତ କାର୍‌କୁ  ପିଛା କରିଥିଲା।

ସେହି କାର୍‌ରେ ଅଭିଯୁକ୍ତ ଜଣଙ୍କ ଥିବା ପୋଲିସ ଖବର ପାଇ କାର୍‌କୁ ଧରିବାକୁ ଚେଷ୍ଠା କରିଥିଲା।ପୋଲିସକୁ ଦେଖି ଅଭିଯୁକ୍ତ ଫେରାର ହୋଇଥିବା ବେଳେ କାର୍‌ରୁ ଆଦର୍ଶ ଥାନା ପୋଲିସ ନଗଦ ୨୨ ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏକ କାର୍ଟୁନ୍‌ ଜବତ କରିଛି। ଏନେଇ ଖୋର୍ଦ୍ଧା ଅତିରିକ୍ତ  ଆରକ୍ଷି ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ  ସାମ୍ବାଦିକ ସମ୍ମିଳନୀ କରି ଜଣାଇଛନ୍ତି। ତେବେ ଏତେ ପରିମାଣର ଟଙ୍କାର କାହାର ଏବଂ କେଉଁ ସ୍ଥାନକୁ ଯାଉଥିଲା। ସେନେଇ ଆଦର୍ଶ ଥାନା ପୋଲିସ ଖୋଳତାଡ଼ କରୁଛି। ଅନ୍ୟପଟେ ଘଟଣାସ୍ଥଳରୁ କାର୍‌ ଡ୍ରାଇଭର ଖସିଯିବାରେ ସଫଳ ହୋଇଛି। ଡ୍ରାଇଭରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ଉ କରୁଛି।

ad-week
Leave A Reply

Your email address will not be published.