ଶତାୟୁଙ୍କୁ ନିଆରା ଢ଼ଙ୍ଗରେ ବିଦାୟ; ବାଜିଲା ଡିଜେ, ନାଚିଲେ ସମ୍ପର୍କୀୟ

add-all

ରାଉରକେଲା/କୁତ୍ରା : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଅନ୍ତର୍ଗତ ପଞ୍ଚରା ବସ୍ତିପଡ଼ାରେ ଆଜି ଏକ ଶବଯାତ୍ରାରେ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥିଲା। ପଞ୍ଚରା ଗାଁର ମାଙ୍ଗରୀ ସୁରିନ ନାମକ ଜଣେ ବୃଦ୍ଧା ୧୧୫ ବର୍ଷ ବୟସରେ ଗତକା​ଲି ରାତିରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକରେ ପରିବାର ଓ ବନ୍ଧୁବାନ୍ଧବ ଦୁଃଖ କରିଥିଲେ ହେଁ ସେ ୧୧୫ ବର୍ଷ ବଞ୍ଚିଥିବା କାରଣରୁ ତାଙ୍କ ସମ୍ମାନରେ ଏହି ନିଆରା ଶେଷଯାତ୍ରା ଆୟୋଜନ କରିଥିଲେ। ସେମାନେ ତାଙ୍କ ଶବଯାତ୍ରାରେ ଭିନ୍ନ ଢଙ୍ଗରେ ଗାଡ଼ିରେ ଡିଜେ ବାଜା ବଜାଇ ନାଚି ନାଚି ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ। ବାର୍ଦ୍ଧକ୍ୟ କାରଣରୁ ଶ୍ରୀମତୀ ସୁରିନ କିଛିଦିନ ହେବ ଶଯ୍ୟାଶାୟୀ ଥିଲେ।

ପଞ୍ଚରା ବସ୍ତିପଡ଼ାରେ ଶବକୁ ଉଚିତ ସମ୍ମାନ ମିଳିଛି। ଜଣେ ବ୍ୟକ୍ତିଙ୍କ ପରଲୋକରେ ପରିବାର ଲୋକେ ଓ ପାଖପଡୋଶୀ ଶୋକାକୁଳରେ ବୁଡ଼ିଯାଉଥିବା ବେଳେ ପଞ୍ଚରା ବସ୍ତିପଡ଼ାରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ଥାନୀୟ ଲୋକେ ମନ ଦୁଃଖ ନ କରି ମୃତଦେହକୁ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଉତ୍ସାହର ସହିତ ଏକ ଯାତ୍ରା ବାହାର କରିଛନ୍ତି।

ad-week
Leave A Reply

Your email address will not be published.