ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣା: ଇଡିରେ ହାଜର ହେଲେ ଅକ୍ଷୟ ପରିଜା

add-all

ଭୁବନେଶ୍ବର ୨୨।୧୧ : ଇଡିରେ ହାଜର ହେଲେ ଅକ୍ଷୟ ପରିଜା । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ ହାଜର ହେଲେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡିରେ ହାଜର ହେବା ପାଇଁ ହୋଇଥିଲା ନୋଟିସ୍‌ ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ଅର୍ଥ ହେରଫେର ମାମଲାରେ ଖୋଲତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା ଇଡି। କିନ୍ତୁ ନିଜ ଓକିଲଙ୍କ ଜରିଆରେ ପକ୍ଷ ରଖିଥିଲେ ଅକ୍ଷୟ ପରିଜା । ଆଉ ଏବେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଇଡି ଅଫିସରେ ହାଜର ହୋଇଛନ୍ତି । ଅର୍ଚ୍ଚନା ବ୍ଲାକମେଲ କରୁଥିବା ଅଭିଯୋଗ କରିଥିଲେ ଅକ୍ଷୟ ।

ଏହି କ୍ରମରେ ଅର୍ଚ୍ଚନା ନାଗ ମାମଲାରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟ ଦାସ। ଇଡି ତାଙ୍କୁ ଆଠ ଘଣ୍ଟା ଧରି ଜେରା କରିଛି। ଏହି ସମୟରେ ସେ ଇଡି ଅଧିକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥିବା କହିଛନ୍ତି। ଅର୍ଚ୍ଚନାଙ୍କୁ ସେ ୭ ଲକ୍ଷ ଟଙ୍କା ଦେଇଥିବା କଥା ମାନିଛନ୍ତି ଅମୀୟ ଦାସ। ଫେସବୁକରେ ଅର୍ଚ୍ଚନାଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ତେବେ ବିଗତ ଦିନରେ ସ୍ଵାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅର୍ଚ୍ଚନା ତାଙ୍କୁ ଆର୍ଥିକ ସହାୟତା ମାଗିଥିଲେ। ତେବେ ସେ ବ୍ୟକ୍ତିଗତ ଭାବେ ତାଙ୍କୁ ସହାୟତା କରିନଥିଲେ ବରଂ ତାଙ୍କର ଏକେ ଦାସ ଆସୋସିଏଟ ଲିମିଟେଡ୍ ଆକାଉଣ୍ଟରୁ ସାତ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ ବୋଲି ଅମୀୟ ଦାସ କହିଛନ୍ତି।

ad-week
Leave A Reply

Your email address will not be published.