ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ କିରାଣୀ

add-all

ଝାରସୁଗୁଡ଼ା ୨୨/୧୧: ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡରେ ଧରାପଡ଼ିଲେ କନିଷ୍ଠ କିରାଣୀ। ଏପରି ଘଟଣା ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରୁ ସାମ୍ନାକୁ ଆସିଛି। l ଭିଜିଲାନ୍ସ  ଜାଲରେ ପଡ଼ିଥିବା କିରାଣୀଙ୍କ ପରିଚୟ ଅଜୟ ପାଣ୍ଡେ।

ଖବର ଅନୁସାରେ, ମଙ୍ଗଳବାର ଝାରସୁଗୁଡ଼ା କୃଷି ବିଭାଗ କାର୍ଯ୍ୟାଳୟରେ ଖରିଫ ଫସଲ ବିମା କରାଇ ଦେବାକୁ କୂଳେମୁରାର ଅଞ୍ଚଳର ଚାଷୀ ପ୍ରେମାନନ୍ଦ ସାଙ୍କ ଠାରୁ ଅଜୟ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। l ପରେ ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ କର୍ମଚାରୀମାନେ ଜବତ କରି ଅଜୟଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛନ୍ତି।

ad-week
Leave A Reply

Your email address will not be published.