ଦୁଷ୍କର୍ମ ମାମଲାରେ ୨୦ ବର୍ଷ କାରାଦଣ୍ଡ ଘୋଷଣା କଲେ ପୋକ୍ସୋ କୋର୍ଟ

add-all

ସାନଖେମୁଣ୍ଡି ୨୨/୧୧: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ କାରଦଣ୍ଡ ସହ ଜୋରିମାନା ଘୋଷଣା କଲେ ପୋକ୍ସୋ କୋର୍ଟ। ଖବର ଅନୁସାରେ, ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଗଣେଶ୍ୱର ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବାବୁ ମଲ୍ଲିକଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ୩୦ ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି l

ଏହି ମାମଲାକୁ ପିପି (ଅଧିବକ୍ତା) ମୋହନ ସିଂହାରୀ ଓ ତଦନ୍ତ ଅଧିକାରୀ ଏସ ଆଇ ଶୁଭ୍ରଜିତ ସାମନ୍ତରାୟ ପରିଚାଳନା କରୁଥିଲେ। ଏହି ମାମଲାରେ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ଦେବାକୁ ପୋକ୍ସ କୋର୍ଟ  ଜିଲ୍ଲା ଆଇନ୍‌ ସେବା ଅଥୋରିଟିଙ୍କୁ (ଡିଏଲଏସ)ଙ୍କୁ ନିର୍ଦେଶ ଦେଇଛନ୍ତି। ୨୦୧୯ ରେ ଏପରି ପାଟପୁର ଥାନା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ହୋଇଥିଲା।

ad-week
Leave A Reply

Your email address will not be published.