୬ ହଜାର ଲାଞ୍ଚ ନେଇ ଧରା ପଡ଼ିଲେ ରାଜସ୍ୱ ସହାୟକ

add-all

ଖଲ୍ଲିକୋଟ ୨୨/୧୧: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ। ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ବ ସହାୟକ ସଞ୍ଜୟ କୁମାର ସେଠୀଙ୍କୁ ଭିଜିଲାନ୍ସ ଧରିଛି। କୋଦଳା ତହସିଲ ଅନ୍ତର୍ଗତ ବି ନୂଆଗାଁର ଦଣ୍ଡପାଣି ସାହୁଙ୍କ ଠାରୁ ଘରବାଡ଼ି ପଟ୍ଟା କରାଇବାକୁ ସମ୍ପୃକ୍ତ ରାଜସ୍ୱ ସହାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଛି।

ପୂର୍ବରୁ ଏନେଇ ଭିଜିଲାନ୍ସ  ବିଭାଗରେ ଦଣ୍ଡପାଣି ଅଭିଯୋଗ କରିଥିଲେ । ପରେ ଯୋଜନା ଅନୁସାରେ, ସଞ୍ଜୟଙ୍କୁ କୋଦଳାର ଏକ ହୋଟେଲରେ ଦଣ୍ଡପାଣି ଟଙ୍କା ଦେବାକୁ ଡାକିଥିଲେ। ସଞ୍ଜୟ ୬ ହଜାର ଟଙ୍କା ସହ ବାଦାମ୍ ଓ ମୁଗ ନେବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଏହାପରେ ସଞ୍ଜୟଙ୍କୁ ତହସିଲ କାର୍ଯ୍ଯାଳୟକୁ ଆଣି ତନାଘନା କରିବା ପରେ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ad-week
Leave A Reply

Your email address will not be published.