ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ଦାବି; ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ ଶୋଭାଯାତ୍ରା 

add-all

ଟିଟିଲାଗଡ଼ ୨୨/୧୧: ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ବିକାଶ ସେନା ପକ୍ଷରୁ ବାଇକ୍‌ ଶୋଭାଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ। ମଙ୍ଗଳବାର ଟିଟିଲାଗଡ଼ରେ ଏକ ବିରାଟ ବାଇକ ଶୋଭାଯାତ୍ରା ପରିକ୍ରମା କରିବା ସହ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଛି। ବିଗତ ୩୦ ବର୍ଷରୁ ହୋଇଆସୁଥିବା ଟିଟିଲାଗଡ଼ ଜିଲ୍ଲା ଦାବୀ ଅନେକ ଦିନର ଶିଥିଳତା ପରେ ପୁଣି ମୁଣ୍ଡ ଟେକିଥିବା ଦେଖିବାକୁ ମିଳିଛି। ଏହି ବାଇକ ଶୋଭାଯାତ୍ରାରେ ଟିଟିଲାଗଡ଼ ଓ ଆଖପାଖ ଅଞ୍ଚଳର ଅନେକ ଯୁବକ ଓ ଛାତ୍ର ସାମିଲ ହୋଇଥିଲେ।

୧୦୦ରୁ ଅଧିକ ବାଇକ୍‌ ଆରୋହି ଡିଏଭି ମହାବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରାବାଜି କରି ଉପଜିଲ୍ଲାପାଳଙ୍କ କାର୍ଯାଳୟକୁ ଆସି ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ।  କିନ୍ତୁ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଉପଜିଲ୍ଲାପାଳ ଦାବୀପତ୍ର ଗ୍ରହଣ କରିଥିଲେ। ଏହି ଶୋଭାଯାତ୍ରା ପାଇଁ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଟିଟିଲାଗଡ଼ ଏସଡିପିଓ ଏବଂ ଥାନାଧିକାରୀଙ୍କ ସହିତ ବ୍ୟାପକ ପୋଲିସ ଫୋର୍ସ ଉପ-ଜିଲ୍ଲାପାଳ ଙ୍କ କାର୍ଯାଳୟରେ ମୁତୟନ କରାଯାଇଥିଲା।

ad-week
Leave A Reply

Your email address will not be published.