
କଟକ ୨୨/୧୧: ମାତିଛନ୍ତି ସାଇବର ଠକ । ପୁଣି ସାଇବର ଠକଙ୍କ ଟାର୍ଗେଟରେ ପଡିଛନ୍ତି କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳଙ୍କ ଭବାନି ଶଙ୍କର ଚଇନୀଙ୍କ ନାମରେ ଖୋଲାଯାଇଛି ଫେକ୍ ଆକାଉଣ୍ଟ ।
ହ୍ୱାଟ୍ସଆପରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନାମରେ ଫେକ୍ ଆକାଉଣ୍ଟ ଜରିଆରେ ହ୍ୟାକର କରୁଛି ମେସେଜ୍ । ତେବେ ଏହାକୁ କେହି ନଗ୍ରହଣ କରିବାକୁ ନିଜେ ଅପିଲ କରିଛନ୍ତି ଜିଲ୍ଲାପାଳ । ସେପଟେ ଅଭିଯୋଗ ପରେ ସାଇବର ସେଲ୍ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।
ସୂଚନା ଥାଉକି, ଗତ ଜୁନ୍ ମାସରେ ଜିଲ୍ଲାପାଳଙ୍କ ନାଁରେ ନକଲି ହ୍ୱାଟସ୍ଆପ୍ ଆକାଉଣ୍ଟ ହୋଇଥିବା ଆସିଥିଲା ଅଭିଯୋଗ । ହ୍ୱାଟସ୍ଆପ୍ ଆକାଉଣ୍ଟ୍ ଖୋଲାଯାଇ ବାରମ୍ୱାର ମେସେଜ୍ ଆସୁଥିଲା । ଏମିତିକି ବିଭିନ୍ନ ଉପାୟରେ ଟଙ୍କା ମାଗୁଥିଲେ । ଏନେଇ କଟକ DCPଙ୍କୁ ଅବଗତ କରାଇଥିଲା ଜିଲ୍ଲାପାଳ । ପରେ ସାଇବର ସେଲ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା ।