ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ

add-all

ବାରିପଦା: ପୂର୍ବତନ ମନ୍ତ୍ରୀ ଗୋଲକ ନାୟକଙ୍କ ଦେହାନ୍ତ। ଆଜି ସକାଳ ୧୦ଟା ସମୟରେ ବାରିପଦା ସ୍ଥିତ ଏକ ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଥିବା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନରୁ ସେ କିଡ୍‌ନୀ ରୋଗରେ ପୀଡିତ ଥିଲେ। ଆଜି ସକାଳ ୭ଟା ସମୟରେ ଡାଇଲିସିସ୍‌ ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ, ଦିନ ୧୦ଟା ବେଳେ ତାଙ୍କର ପରଲୋକ ହୋଇଛି।

ଗୋଲକ ନାୟକ ୨ ହଜାର ମସିହାରେ, ୨୦୦୪ ଏବଂ ୨୦୧୪ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇ ନିଜ କର୍ତ୍ତ୍ୟବକୁ ତୁଲାଇଛନ୍ତି। ତାଙ୍କ ମୃତ୍ୟୁର ଖବର ଜଣା ପଡିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ବିଜେଡ଼ି ଦଳର ସମସ୍ତ ନେତୃବୃନ୍ଦ ଚିକିତ୍ସାଳୟରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ବଡ଼ସାହି ସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ।

ad-week
Leave A Reply

Your email address will not be published.