‘ଶୋଇପଡ଼ରେ ପୁଅ..ନହେଲେ କେଜ୍ରିୱାଲ ଆସିଯିବେ’ ଏଭଳି କିଏ କହିଲେ ଜାଣନ୍ତୁ

add-all

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ଵାଚନ ପାଇଁ ଏବେ ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ପ୍ରମୁଖଙ୍କ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଜୋର ଧରିଛି | ଆଉ ଏବେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଥିବାବେଳେ ଗୁଜୁରାଟର କାଙ୍କ୍ରେଜ ବିଧାନସଭାରେ ଆପର​​ରାଜ୍ୟସଭା ସାଂସଦ ତଥା ଗୁଜୁରାଟର ସହ-ପ୍ରଭାରୀ ଥିବା ରାଘବ ଚଢା ପ୍ରଚାର କରିଥିଲେ। ଏହି ସମୟରେ ରାଘବ ଚଢା ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜୋରଦାର ପ୍ରଶଂସା କରିଥିଲେ। ଚଳଚ୍ଚିତ୍ର ‘ଶୋଲେ’ର ସଂଳାପକୁ ବ୍ୟବହାର କରି ସେ କହିଥିଲେ ଯେ ଶୋଲେ ଫିଲ୍ମରେ ଏକ ସଂଳାପ ଅଛି, ‘ସୋ ଜା ବେଟା ସୋ ଜା, ନହି ତୋ ଗବର ଆଏଗା’ | ଆଜି ଗୁଜୁରାଟରେ ଯେତେବେଳେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି କାନ୍ଦନ୍ତି, ତାଙ୍କ ମା କୁହନ୍ତି, ଶୋଇପଡ଼ରେ ପୁଅ , ନଚେତ୍ କେଜ୍ରିୱାଲ ଆସିବେ ଆଉ ତୋତେ ଜେଲରେ ପୁରାଇଦେବେ |
କେବଳ ଏତିକି ନୁହେଁ, ରାଘବ ଚଢା ଏହା ମଧ୍ୟ କହିଛନ୍ତି ଯେ ଭାରତରୁ ମହଙ୍ଗା ଏବଂ ଦୁର୍ନୀତି ଦୂର କରିବା ପାଇଁ ଅରବିନ୍ଦ କେଜ୍ରିୱାଲ ଜନ୍ମ ହୋଇଥିଲେ। ସୂଚନାଯୋଗ୍ୟ, ଗୁଜୁରାଟ ନିର୍ବାଚନ ପାଇଁ ରାଘବ ଚଢା ପ୍ରଚାର କରୁଛନ୍ତି । ସୂଚନା ଥାଉ କି ପଞ୍ଜାବ ବିଧାନସଭା ନିର୍ବାଚନ ସମୟରେ ରାଘବ ଚଢା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ | ତେଣୁ ଆମ୍ ଆଦମୀ ପାର୍ଟି ତାଙ୍କୁ ଗୁଜୁରାଟର ସହ-ପ୍ରଭାରୀ ଦାୟିତ୍ୱ ଦେଇଛି।

ad-week
Leave A Reply

Your email address will not be published.