ଏମ୍ସ ସର୍ଭର ହ୍ୟାକିଂ ପରେ ପୁଣି ବଡ ସାଇବର ଆଟାକ୍, ଏବେ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍

add-all

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ପରେ ଏବେ କେନ୍ଦ୍ର ସରକାରଙ୍କ ଏକ ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ ହୋଇଛି। ହ୍ୟାକର୍ସ ଗୁରୁବାର ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ହ୍ୟାକ୍ କରିଛନ୍ତି। ସୁରକ୍ଷା ଏଜେନ୍ସି ଏବଂ ସାଇବର ଏକ୍ସପର୍ଟ ମାମଲାର ତଦନ୍ତ କରୁଛନ୍ତି।

ସକାଳେ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ୍ ହ୍ୟାକ୍ ହୋଇଥିବା ଜଣା ପଡିଛି। ତେବେ ବର୍ତ୍ତମାନ ଏହା ଠିକ୍ ହୋଇ ଯାଇଛି। ମନ୍ତ୍ରଣାଳୟର ଟ୍ଵିଟର ହ୍ୟାଣ୍ଡେଲ ଏମିତି ସମୟରେ ହ୍ୟାକ୍ ହୋଇଛି ଯେବେ ନିକଟରେ ଦିଲ୍ଲୀ ଏମ୍ସର ସର୍ଭର ଉପରେ ସାଇବର ଆଟାକ୍ ହୋଇଥିଲା।

ଏମ୍ସର ସର୍ଭର ନଭେମ୍ବର ୨୩ ସକାଳ ୭ଟାରେ ଡାଉନ୍ ହୋଇଥିଲା। ୨୪ ଘଣ୍ଟା ପରେ ବି ସର୍ଭର ଠିକ୍ ହୋଇନପାରିବାରୁ ଅଧିକାରୀ ଦିଲ୍ଲୀ ପୋଲିସ୍ ସହ ଯୋଗାଯୋଗ କରିଥିଲେ। ଏମ୍ସର ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ୍ ମାମଲା ରୁଜୁ କରିଥିଲା। ମାମଲାର ତଦନ୍ତ ଦାୟିତ୍ଵ ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ ୟୁନିଟ୍‌କୁ ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.