ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ ମାମଲା: ୪ ଅଭିଯୁକ୍ତଙ୍କୁ ସୁପ୍ରିମ ଝଟକା

add-all

ନୂଆଦିଲ୍ଲୀ: ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣଙ୍କୁ ୧୯୯୪ ମସିହାରେ ମିଛ ଗୁଇନ୍ଦାଗିରି ଘଟଣାରେ ଫସାଇଥିବା ୪ ଅଭିଯୁକ୍ତଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି। ଜଣେ ପୂର୍ବତନ ଡିଜିପିଙ୍କ ସମେତ ୪ ଜଣ ଅଧିକାରୀଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ଅଭିଯୁକ୍ତଙ୍କ ଜାମିନ ଉପରେ ବିଚାର କରିବାକୁ କେରଳ ହାଇକୋର୍ଟଙ୍କୁ ପୁଣି ବିଚାର କରିବାକୁ କହିଛନ୍ତି। ଯଥାଶୀଘ୍ର ବା ୪ ସପ୍ତାହ ମଧ୍ୟରେ ଏହି ମାମଲାର ବିଚାର କରିବାକୁ ସର୍ବୋଚ୍ଚ ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଏମଆର ଶାହ ଓ ଜଷ୍ଟିସ ସିଟି ରବି କୁମାରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ୪ ଅଭିଯୁକ୍ତଙ୍କୁ ୫ ସପ୍ତାହ ଯାଏ ଗିରଫ ନ କରିବାକୁ ସିବିଆଇକୁ ମଧ୍ୟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ସମସ୍ତ ଆବେଦନକୁ ଅନୁମତି ଦିଆଯାଉଛି। ଏଥିସହ ହାଇକୋର୍ଟ ଦେଇଥିବା ଅନ୍ତରୀଣ ଜାମିନକୁ ଖାରଜ କରାଯାଉଛି। ଏବେ ସମସ୍ତ ଆବେଦନକୁ ହାଇକୋର୍ଟକୁ ପଠାଇ ଦିଆଯାଉଛି। ହାଇକୋର୍ଟ ମେରିଟ ଅନୁସାରେ ଆବେଦନର ପୁନଃ ବିଚାର କରିବେ।

ସୁପ୍ରିମକୋର୍ଟ କେବେ ହେଲେ ଦୁଇ ପକ୍ଷଙ୍କ ଆବେଦନର ମେରିଟକୁ ନେଇ କୌଣସି ପ୍ରକାରର ମତ ଦେଇନାହାନ୍ତି। ହାଇକୋର୍ଟ ହିଁ ନିର୍ଦ୍ଦେଶ ପାସ କରିବେ। ଏହି ନିର୍ଦ୍ଦେଶର ୪ ସପ୍ତାହ ମଧ୍ୟରେ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରିବାକୁ ଅନୁରୋଧ କରାଯାଉଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ୨୦୧୮ରେ ପୂର୍ବତନ ଗୁଜରାଟ ଡିଜିପି ଆରବି ଶ୍ରୀକୁମାର, କେରଳର ଦୁଇ ପୂର୍ବତନ ପୁଲିସଦ୍‌ ଅଧିକାରୀ ଏସ୍‌ ବିଜୟନ ଓ ଥାମ୍ପି ଏସ ଦୁର୍ଗା ଦତ୍ତ ଓ ଜଣେ ଅବସରପ୍ରାପ୍ତ ଗୁଇନ୍ଦା ଅଧିକାରୀ ପିଏସ ଜୟପ୍ରକାଶଙ୍କ ନାଁରେ ମାମଲା କରିଥିଲା। ଏମାନେ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ଗୁଇନ୍ଦାଗିରି ମାମଲାର ତଦନ୍ତ କରିଥିଲେ। ସିବିଆଇ ମାମଲା କରିଥିବାରୁ ଅଧିକାରୀମାନେ କେରଳ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କୋର୍ଟ ମଧ୍ୟ ଏହାକୁ ଅନୁମତି ଦେଇଥିଲେ।

ତେବେ ଏହି ନିର୍ଦ୍ଦେଶକୁ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଏବେ ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କୁ ପୁଣି ଆବେଦନ ଗୁଡ଼ିକର ବିଚାର କରିବାକୁ କହିଛନ୍ତି।

୧୯୯୪ ମସିହାରେ ଇସ୍ରୋ ବୈଜ୍ଞାନିକ ନାମ୍ବି ନାରାୟଣ, ଆଉ ଜଣେ ବୈଜ୍ଞାନିକ ଓ ଦୁଇ ମାଳଦ୍ୱୀପ ମହିଳାଙ୍କ ସମେତ ଅନ୍ୟ ୪ ଜଣଙ୍କ ବିରୋଧରେ ଗୁଇନ୍ଦାଗିରି ଅଭିଯୋଗ ଆସିଥିଲା। ଏମାନେ ଭାରତର ସ୍ପେଶ କାର୍ଯ୍ୟକ୍ରମ ସମ୍ପର୍କିତ ଦସ୍ତାବିଜ ବିଦେଶ ରାଷ୍ଟ୍ର ହାତରେ ଟେକି ଦେଇଥିବା କୁହାଯାଇଥିଲା। ଏଥିପାଇଁ ନାମ୍ବି ନାରାୟଣଙ୍କୁ ୨ ମାସ ଜେଲ ଯିବାକୁ ପଡ଼ିଥିଲା। ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଇଥିଲା।

କିନ୍ତୁ ସିବିଆଇ ଘଟଣାର ତଦନ୍ତ କରି ନାମ୍ବି ନାରାୟଣଙ୍କୁ କ୍ଲିନଚିଟ ଦେଇଥିଲା। ତାଙ୍କୁ କିଛି ବରିଷ୍ଠ ପୁଲିସ୍‌ ଅଧିକାରୀ ଫସାଇଥିବା ସିବିଆଇ କହିବା ପରେ ହଇଚଇ ସୃଷ୍ଟି ହୋଇଥିଲା।

ad-week
Leave A Reply

Your email address will not be published.