୨୦୨୩ରେ ଜିଲ୍ଲା ସ୍ୱପ୍ନ ସାକାର ହେବ, ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ

add-all

ଭୁବନେଶ୍ୱର: ଜିଲ୍ଲା ଘୋଷଣା ଦାବି ପଦ୍ମପର ଉପନିର୍ବାଚନରେ ଏକ ବଡ଼ ନିର୍ବାଚନୀ ପ୍ରସଙ୍ଗ ହୋଇଛି । ଏହାରି ଭିତରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି । ୨୦୨୩ରେ ପଦ୍ମପୁର ଜିଲ୍ଲା ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ ଘୋଷଣା ସେହି ସମୟରେ ଆସିଛି ଯେତେବେଳେ ଗୋଟିଏ ଦିନ ପୂର୍ବେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ଵ ମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ଗଠନ ନେଇ ସେମିତି କୌଣସି ପ୍ରସ୍ତାବ ନାହିଁ। କିନ୍ତୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ୨୦୨୩ ସୁଦ୍ଧା ପଦ୍ମପୁର ଜିଲ୍ଲାରେ ପରିଣତ ହେବ ବୋଲି ଘୋଷଣା କରିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ସବୁବେଳେ ଆପଣଙ୍କ ସୁଖଦୁଃଖରେ ସାମିଲ ହୋଇଛି । କେନ୍ଦୁପତ୍ର ତୋଳାଳୀଙ୍କୁ ବୋନସ ଦେଇଛି । ସୁନା ଉପରେ ୩ ପ୍ରତିଶତ GST ହେଲେ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି । ସମସ୍ତଙ୍କୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ । ୨୦୧୪ରେ ବିଜେପି କହିଲା ଚାଷୀଙ୍କ ଆୟ ଦୁଇ ଗୁଣ କରିବେ କିନ୍ତୁ ହେଲାନି । ବିଜେପି ମନ୍ତ୍ରୀମାନେ ଚାପ ପକାଇ ଆବାସ ଯୋଜନା ଟଙ୍କା ବନ୍ଦ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ad-week
Leave A Reply

Your email address will not be published.