ନଦୀରେ ଭାସିଗଲେ ୨ ଯୁବକ, ଜଣେ ନିଖୋଜ

add-all

ମାର୍ଶାଘାଇ ୦୨/୧୨: ଚିତ୍ରୋତ୍ପଳା ନଦୀରେ ଗାଧେଇବାକୁ ଯାଇ ଭାସିଗଲେ ୩ ଯୁବକ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହାଦେଖି ସ୍ଥାନୀୟ ଲୋକମାନେ ୨ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଅନ୍ୟଜଣେ ଭାସିଯାଇଥିବା ଯୁବକ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।

ନିଖୋଜ ଯୁବକଙ୍କ ପରିଚୟ ଶୁଭମ୍ ଶଙ୍କର ମହାରାଜ। ସେ ପାଟକୁରା ଥାନା ଭାଟପଡ଼ା ଗାଁର ବାସିନ୍ଦା। ସେପଟେ ଦୁଇ ଉଦ୍ଧାର ଯୁବକଙ୍କୁ ଚିକିତ୍ସା ପାଇଁ ପାଖରେ ଥିବା ପାଟକୁରା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି।ଅନ୍ଯପଟେ ଏହି ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.