କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ ପାର୍କ

add-all

କଟକ ୦୨/୧୨: କଟକ ଚୌଦ୍ୱାରରେ ହେବ ଟେକ୍ସଟାଇଲ୍‌ ପାର୍କ। ରାଜ୍ୟ ସରକାର ଏହି ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବେ। ଏନେଇ ମେକ ଇନ ଓଡ଼ିଶା କନକ୍ଲେଭରେ ଶୁକ୍ରବାର ଶିଳ୍ପ ସଚିବ ସୂଚନା ଦେଇଛନ୍ତି। ଚୌଦ୍ୱାରରେ ଥିବା ଓଟିଏମ ଲୁଗାକଳ ଠାରୁ ଇଡକୋ ଫେରାଇ ନେଇଥିବା ୫୨୧ ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା ହେବ। ଏଥିରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ ବୋଲି କୁହାଯାଇଛି। ଏଥିପାଇଁ ରାଜ୍ୟ ସରକାର ମେକ ଇନ ଓଡ଼ିଶା କନକ୍ଲେଭରେ ଉପଯୁକ୍ତ ନିବେଶକ ସନ୍ଧାନରେ ଅଛନ୍ତି ବୋଲି ଶିଳ୍ପ ସଚିବ ଜଣାଇଛନ୍ତି।

ad-week
Leave A Reply

Your email address will not be published.