ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

add-all

ଭଦ୍ରକ ୦୨/୧୨: ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ଛାତ୍ରଛତ୍ରୀ। ଅସୁସ୍ଥ ସମସ୍ତ ବିଦ୍ୟାର୍ଥୀଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖେଳଛୁଟିରେ ସ୍କୁଲ୍‌ ପିଲାମାନେ ଅଜାଣତରେ ବିଷାକ୍ତ ଫଳ ଖାଇଥିବା ସନ୍ଦେହ କରାଯାଉଛି। ଏପରି ଅଘଟଣ  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଅରେଇକଣା ସ୍କୁଲରେ ହୋଇଛି।

ଏଥିରେ ୬ ଜଣରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେପଟେ ବ୍ଲକ ଶିକ୍ଷାଧିକାରୀ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତ ଶିକ୍ଷାର୍ଥୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏନେଇ ସମ୍ପୃକ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ ହେବ ଏବଂ ଶିକ୍ଷକଙ୍କ ଭୁଲ୍‌ ଥିଲେ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭଣ୍ଡାରିପୋଖୀ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.