ଆସନ୍ତାକାଲି ପୁଣି ଥରେ ପଦ୍ମପୁରରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

add-all

ଭୁବନେଶ୍ୱର: ନଭେମ୍ବର ୨୯ରୁ ଡ଼ିସେମ୍ବର ୧ ପର୍ଯ୍ୟନ୍ତ ପଦ୍ମପୁର ନିର୍ବାଚନମଣ୍ଡଳୀରେ ମାରାଥନ ପ୍ରଚାର କରିବା ପରେ ପୁଣି ଥରେ ଆସନ୍ତାକାଲି ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ପ୍ରଧାନ ପ୍ରଥମେ ଝାରବନ୍ଧ ବ୍ଲକ ଜଗଦଲପୁର ଠାରେ ଆୟୋଜିତ ବିଶାଳ ଜନସଭାରେ ଯୋଗଦେବେ । ଏହାପରେ ପଦ୍ମପୁରରେ ରୋଡ ସୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।  ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପାଇକମାଲ, ପଦ୍ମପୁର ଓ ଝାରବନ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରଚାର କରି ସାରିଛନ୍ତି ।

ଆସନ୍ତାକାଲି ପଦ୍ମପୁର ଉପ ନିର୍ବାଚନ ପ୍ରଚାରର ଶେଷ ଦିନ। ନେତାଙ୍କ ପାଖରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାତ୍ର କେଇ ଘଣ୍ଟା ସମୟ ରହିଛି। ତେଣୁ ଶନିବାର ଶେଷ ଦିନରେ ପଦ୍ମପୁରର ବିଭିନ୍ନ ଅଞ୍ଚଳରେ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ମାରାଥନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳିବ।

ad-week
Leave A Reply

Your email address will not be published.