ଜମି ପଟ୍ଟା ପାଇଁ ଲାଞ୍ଚ ନେବାବେଳେ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ

add-all

ମୟୂରଭଞ୍ଜ : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି। ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମଚରଣ ହେମ୍ବ୍ରମ୍‌ଙ୍କଠାରୁ ଜମି ପଟ୍ଟା କରି ଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ। ଟଙ୍କା ଜବତ ପରେ ଭାର୍ଗବଙ୍କୁ ଗିରଫ କଲା ଭିଜିଲାନ୍ସ।

ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା କହିଛନ୍ତି ଭାର୍ଗବ। ଟଙ୍କା ଜବତ ପରେ ଭାର୍ଗବକୁ ଗିରଫ କଲା ଭିଜିଲାନ୍ସ । ଏବେ ବି ଚଢାଉ ଜାରି ରଖିଛି ଭିଜିଲାନ୍ସ।

ad-week
Leave A Reply

Your email address will not be published.